26.1 C
Bhubaneswar
Tuesday, May 30, 2023
Homeଦେଶ ବିଦେଶଶେୟାର ବଜାରକୁ ଆସିଲା ଏଲ୍‌ଆଇସି

ଶେୟାର ବଜାରକୁ ଆସିଲା ଏଲ୍‌ଆଇସି

ନୂଆଦିଲ୍ଲୀ :ଆଜି ଏଲଆଇସିର ଶେୟାର ବିଏସଇ ଏବଂ ଏନଏସଇ ଲିଷ୍ଟିଂ ହେବ । ଷ୍ଟକ ମାର୍କେଟରେ ଯଦି ଏଲଆଇସିର ଲିଷ୍ଟିଂ ଦୁର୍ବଳ ହୁଏ ତେବେ ଏଥିରେ ଟଙ୍କା ଲଗାଇଥିବା ନିବେଶକ ନିରାଶ ହେବେ । ସରକାର ଏଲଆଇସିରେ ନିଜର ୩.୫ ପ୍ରତିଶତ ଅଶଂଧନ ବିକ୍ରି କରି ୨୧ ହଜାର କୋଟି ଟଙ୍କା ହାସଲ କରିଛନ୍ତି । ଏହି ଇସ୍ୟୁରେ ଦେଶରେ ଏପରି ଲକ୍ଷ ଲକ୍ଷ ଲୋକେ ନିବେଶ କରିଛନ୍ତି, ଯେଉଁମାନଙ୍କ ନିକଟରେ ଏଲଆଇସିର ପଲିସି ରହିଛି କିମ୍ବା ଏଲ୍‌ଆଇସିରେ କାମ କରନ୍ତି । ୩ ଗୁଣା ଅଧିକ ସବସ୍କ୍ରାଇବ ହୋଇଥିବାରୁ ସମସ୍ତଙ୍କୁ ନିବେଶର ସୁଯୋଗ ମିଳିବ ନାହିଁ । ବର୍ତ୍ତମାନ ଭାରତୀୟ ପୁଞ୍ଜିବଜାର ଅସ୍ଥିର ରହିଥିବାରୁ ଏହି ଲିଷ୍ଟିଂ କେଉଁ ଆଡକୁ ଗତି କରିବ ତାହା ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥିତିରେ ଏଲଆଇସିର ସେୟାରର ଦୁର୍ବଳ ଲିଷ୍ଟିଂର ପ୍ରଭାବ ବଡ଼ ବଡ଼ ନିବେଶକଙ୍କ ଉପରେ ଅଧିକ ପଡିବ ନାହିଁ, କିନ୍ତୁ ପ୍ରଥମ ଥର ଷ୍ଟକ ମାର୍କେଟରେ ନିବେଶ କରିଥିବା ନିବେଶକଙ୍କୁ ବଡ଼ ଝଟକା ଲାଗିପାରେ ।

୨୦୦୦ ମସିହା ପରଠାରୁ ବର୍ତ୍ତମାନ ଯାଏଁ ମୋଟ ୨୧ ସରକାରୀ କମ୍ପାନୀ ଷ୍ଟକ ମାର୍କେଟରେ ସୂଚୀବଦ୍ଧ ହୋଇସାରିଛି । ଏଥିରୁ ଅଧାରୁ ଅଧିକ କମ୍ପାନୀର ସେୟାର ମୂଲ୍ୟ ଇସ୍ୟୁ ପ୍ରାଇସ ଠାରୁ ତଳେ ରହିଛି । ରିସର୍ଚ୍ଚ କମ୍ପାନୀ ଟିଏସ ଲୋବାର୍ଡର ପଲିଟିକାଲ ବିଶେଷଜ୍ଞ ଅମିତାଭ ଦୁବେ କହିଛନ୍ତି, ଯଦି ବଜାରରେ ହ୍ରାସ ଘଟେ, ତେବେ ଲୋକଙ୍କ ମୁଡ୍ ବିଗିଡିପାରେ । ସରକାରଙ୍କୁ ସମାଲୋଚନାର ସାମନା କରିବାକୁ ପଡିପାରେ । ଦେଶର ପ୍ରତିଟି ଘରେ ଏଲଆଇସି ପରିଚିତ । ସାରା ଦେଶରେ ଏହାର ୨ ହଜାର ବ୍ରାଞ୍ଚ ରହିଛି । ଏହି କମ୍ପାନୀରେ ଏକ ଲକ୍ଷରୁ ଅଧିକ ଲୋକେ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ୨୮.୬ କୋଟି ପଲିସି ବିକ୍ରି ସାରିଛି । ୬୫ ପୁରୁଣା ଏହି ସରକାରୀ କମ୍ପାନୀ ୫୦୦ ବିଲିୟନ ଡଲାରର ସମ୍ପତ୍ତିର ପରିଚଳନା କରୁଛି । ଏହାର ୨୫ କୋଟି ପଲିସିଧାରକ ଅଛନ୍ତି, ଯାହା ଦେଶର ମୋଟ ପିଲିସିଧାରକଙ୍କ ଦୁଇ ତୃତୀୟାଂଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking