39.8 C
Bhubaneswar
Thursday, April 18, 2024
Homeଓଡିଶାବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ବେହାଲ : ଆଇଆଇସି, ଏସ୍ଡିପିଓ ଓ ଏସ୍ପିଙ୍କ ବଦଳି...

ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ବେହାଲ : ଆଇଆଇସି, ଏସ୍ଡିପିଓ ଓ ଏସ୍ପିଙ୍କ ବଦଳି ଦାବୀ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) -ସେପ୍ଟେମ୍ବର ମାସ ଚାରି ତାରିଖରେ ବଲାଙ୍ଗିର କୋଭିଡ କେଆର ସେନ୍ଟର ରେ ମହିଳାଙ୍କୁ କାର୍ଯ୍ୟରତ ଡାକ୍ତର ଦ୍ୱାରା ଯୌନନିର୍ଯ୍ୟାତନା ଘଟଣାକୁ ନେଇ ଆଜି ବିଧାନସଭା ପୁଣି ଗରମ ହୋଇଛି । ଆଜି ପୁଣି ଥରେ ବଲାଙ୍ଗିର ବିଧାୟକ ଏହି ଘଟଣାକୁ ନେଇ ବିଧାନସଭାରେ ଚର୍ଚ୍ଚା କରିବା ସହ ବଲାଙ୍ଗିର ରେ ଭାଙ୍ଗି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବଲାଙ୍ଗିର ର ଆଇନ ବ୍ୟବସ୍ଥା ଗୁଣ୍ଡା, ନିଶା ମାଫିଆ ଓ ଅପରାଧୀଙ୍କ ଆଗରେ ମୁଣ୍ଡ ନଉଁଥିବା ବେଳେ ଗରିବ ଜନସାଧାରଣ ଅଗରେ ବାଘ ପାଲଟୁଛି । ଜିଲ୍ଲା ପୋଲିସର ଏସପି, ଏସଡିପିଓ ଓ ଆଇଆଇସି ସହର ତଥା ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସଂପୁର୍ଣ୍ଣ ଭାବରେ ଫେଲ ମାରିଛନ୍ତି । ଆଇନ ଶୃଙ୍ଖଳା କୁ ସୁଧାରିବା ପରିବର୍ତ୍ତେ ବଲାଙ୍ଗିର ପୋଲିସର ଏହି ପଦାଧୀକାରୀ ମାନେ ଅନେକ ଘଟଣା ଚାପି ଦେବା ସହିତ , ବିଭିନ୍ନ ଘଟଣାରେ ସାଲିସ କରି କେବଳ ପଇସା ଆୟ କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ସରକାର ଏମାନଙ୍କୁ ତୁରନ୍ତ ବଦଳି କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି ।
ଗତ ସେପ୍ଟେମ୍ବର ମାସ ୪ ତାରିଖରେ ବଲାଙ୍ଗିର କରୋନା କେଆର ସେନ୍ଟରରେ ଚିକିତ୍ସିତ ହେଉଥିବା ମହିଳାଙ୍କୁ କାର୍ଯ୍ୟରତ ଡାକ୍ତର ଦେଇଥିବା ଯୌନନିର୍ଯ୍ୟାତନା ଘଟଣାକୁ ଉଦ୍ଧାର କରି ସେ କହିଛନ୍ତି ଯେ, ସରକାରୀ ରିପୋର୍ଟ ଅନୁସାରେ , ରୋଗୀଙ୍କ ସଂପର୍କିୟଙ୍କ ଠାରୁ ପ୍ରବଳ ମାଡ ଖାଇବା ପରେ, ଖୋଦ ଡାକ୍ତର ଉକ୍ତ ଘଟଣାକୁ ସ୍ୱୀକାର କରିଥିଲେ । ପିଡିତ ମହିଳା ଜଣକ ଅଗଷ୍ଟ ୩୧ ତାରିଖରେ ଚିକିତ୍ସା ପାଇଁ ବଲାଙ୍ଗିର କୋଭୀଡ କେଆର ସେନ୍ଟରରେ ଭର୍ତ୍ତି ହୋଇଥୀବା ବେେଳେ , କାହିଁକି ଘଟଣାର ଠିକ ପରଦିନ ହସପିଟାଲ ଛାଡି ଚାଲିଯାଇଥିଲେ । ଏହା ଘଟଣା ଘଟିଥିବା ସ୍ପଷ୍ଟ କରୁନାହିଁ କି । ଆହୁରି ପୋଲିସ ଗାଡି ସେହି ଅଭୀଯୋଗରେ ଡାକ୍ତରଙ୍କୁ ଥାନାକୁ ଉଠାଇ ଆଣିଥିଲା । କିନ୍ତ ୁ ଥାନାକୁ ପହଞ୍ଚିଲା ପରେ କିପରି ବଲାଙ୍ଗିର ପୋଲିସ ପିଡିତା ଉପରେ ଚାପ ପ୍ରୟୋଗ କରି ଘଟଣାକୁ ଚାପି ଦେବା ଉଦ୍ୟମ କରିଥିଲା । ଆମେ ସମସ୍ତେ ଆଜି ହାଥରସ ଘଟଣାକୁ ନିନ୍ଦା କରୁଛୁ । କିନ୍ତୁ ଏହି ଘଟଣା ଟି ଠିକ ହାଥରସ ଘଟଣାର ପୁନରାବୃତ୍ତି ପରି ମନେ ହୁଏ , ଯେଉଁଠି ଦୁଷ୍କର୍ମ ପରେ ପୋଲିସ ଘଟଣାକୁ ଚାପି ଦେବା ଉଦ୍ୟମରେ ପିଡିତ ପରିବାର ଉପରେ ଚାପ ପ୍ରୟୋଗ କରେ ।ସେହିପରି ବଲାଙ୍ଗିର ପୋଲିସ ମଧ୍ୟ ଘଟଣାକୁ ଚାପି ଦେବା ଉଦ୍ୟମରେ ଓଲୋଟା ପିଦିତ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରିଛି । ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଅଧୀକାରି ସେହି ଡାକ୍ତରଙକୁ ବେଆଇନ ଚାକିରି ଦେବା ସହ ଏହି ଘଟଣାକୁ ଚାପି ଦେବା ଉଦ୍ୟମରେ ମଧ୍ୟ ସାମିଲ ଅଛନ୍ତି । ତେଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସମସ୍ତ ଦୋଷିଙ୍କ ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking