28.1 C
Bhubaneswar
Wednesday, April 24, 2024
Homeବଲିଉଡ"ଦ କାଶ୍ମୀର ଫାଇଲ" : କାହିଁକି ଏତେ ଚର୍ଚ୍ଚାରେ ? ଜାଣନ୍ତୁ ବାସ୍ତବ ଦସ୍ତାବିଜ

“ଦ କାଶ୍ମୀର ଫାଇଲ” : କାହିଁକି ଏତେ ଚର୍ଚ୍ଚାରେ ? ଜାଣନ୍ତୁ ବାସ୍ତବ ଦସ୍ତାବିଜ

ଭୁବନେଶ୍ୱର : ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେଇ ମାଟିରେ ପାଲଟିଗଲେ ସରଣାର୍ଥୀ। ଆଉ ଯେଉଁ ଘର ତାଙ୍କର ଭିଟାମାଟି ଥିଲା, ସେ ଘରକୁ ଆଉ କିଏ ନିଜ କବଜାକୁ ନେଇଗଲା । ଯାହା କୋଳରେ ଖାଇ ପିଇ ଜୀବନ ଯୌବନକୁ ଭୋଗିଲେ, ଦିନେ ସେଇ ମାଟିରେ ସେମାନେ ପାଲଟିଗଲେ ଅପରାଧି। ହଜିଗଲା ସ୍ବାଧୀନତା। ନିଜ ଘର ଆଉ ନିଜର ହୋଇ ରହିଲାନି।
ଯେଉଁ ଭାରତକୁ ସେମାନେ ଗର୍ବର ସହ ମା’ ବୋଲି କହୁଥିଲେ ସେଇ ମା’ର ଛାତି ଉପରେ ସେମାନେ ଗୁଳି ଖାଇଲେ। ସେଇ ମା’ର ଛାତି ଉପରେ ଯୁଆନ ଝିଅର ବକ୍ଷୋଜରୁ ଚିରି ନିଆଗଲା ଲଜ୍ଜା। ଜହ୍ଲାଦଗୁଡାକ ତା ଦେହକୁ ହ୍ରିଂସ କ୍ଷୁଧାର୍ଥ ପଶୁ ଭଳି ମାକଚି ଦେଇଗଲେ। ସେମାନଙ୍କ ଅପରାଧ କେବଳ ଏତିକି ଥିଲା, ସେମାନେ ହିନ୍ଦୁ ଥିଲେ, ସେମାନେ ଥିଲେ ସଂଖ୍ୟାଲଘୁ।

ଏ ଚିତ୍ର କଥା ଚିନ୍ତା କଲେ ଏବେ ବି ଦେହର ଲୋମମୂଳ ଟାଙ୍କଚୁରୀ ଉଠେ। କିଏ ଏହି କଶ୍ମିରୀ ପଣ୍ଡିତ, କ’ଣ ପାଇଁ ସେମାନଙ୍କୁ ନିଜ ଭିଟାମାଟିରୁ ବିଦା କରି ଦିଆଗଲା। କ’ଣ ପାଇଁ ନିଜ ମାଟିରେ ସେମାନେ ପାଲଟିଗଲେ ରିଫ୍ୟୁଜି। ଏ ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆଜି ବି ପାଇନୁ।କିନ୍ତୁ ଇତିହାସରେ ପଢିଛୁ ତ କେବଳ ଦେଶ ବାହାରର କଥା। ଆମ କଥା ଆମ ପାଖରେ ପହଞ୍ଚି ପାରିନି। ଆମ ପାଖରେ ପହଞ୍ଚାଇବାକୁ ଚେଷ୍ଟା ବି କରାଯାଇନି।

୯୦ ଦଶକରେ କଶ୍ମିରୀ ପଣ୍ଡିତମାନଙ୍କ ସହ ଘଟିଥିବା ଏହି ବର୍ବରୋଚିତ, ଲୋମହର୍ଷଣକାରୀ ଘଟଣାର ସତ୍ୟ ଏବେ ପରଦା ଉପରକୁ ଆସିଛି। ଘର ଆଉ ସ୍ବାଧୀନତା। ଏ ଦୁଇଟି ଶବ୍ଦ ଆମ ଜୀବନ ପାଇଁ ସବୁଠାରୁ ମୂଲ୍ୟବାନ ଶବ୍ଦପୁଞ୍ଜ। ଏ ଦୁଇଟିର ଆନନ୍ଦ ଯାହା ପାଖରେ ନାହିଁ ତା ପାଖରେ ସୁଖ ନାହିଁ ବୋଲି କହିଲେ କିଛି ଭୁଲ ହେବନି।ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି କଶ୍ମିରୀ। ଏଠି ଏମିତି କିଛି ଲୋକ ଥିଲେ ଯେଉଁମାନଙ୍କ ପାଇଁ ଏ ଶବ୍ଦଯୋଡିକ କୌଣସି ପାପଠାରୁ କମ୍‌ ନ ଥିଲା। ଏ ମଣିଷଗୁଡାକ ପଶୁଭଳି ଆଚରଣର ଶିକାର ହୋଇଥିଲେ। ଏମିତି କିଛି ସତ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ “ଦ କାଶ୍ମୀର ଫାଇଲ “। ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଦେଶରେ ମାତ୍ର କେତୋଟି ହାତଗଣତି ହଲରେ ରିଲିଜ ହୋଇଛି।ସତ୍ୟ ଘଟଣାକୁ ବିବାଦୀୟ ରୂପରେ ପ୍ରଦର୍ଶନ କରାଯାଇଥିବା ଅଭିଯୋଗରେ ଏହାକୁ ଅନେକ ସ୍ଥାନରେ ମୁକ୍ତିଲାଭ କରିବାକୁ ଦିଆଯାଇନାହିଁ। କିନ୍ତୁ ଏହି ଫିଲ୍ମପ୍ରତି ଦର୍ଶକୀୟ ଆଦୃତି ବଢିବାରେ ଲାଗିଛି। ଅତି କାମ ବଜେଟ ଏବଂ ଛୋଟ ଷ୍ଟାରକାଷ୍ଟରେ ନିର୍ମାଣ ହୋଇଥିବା ଫିଲ୍ମ କିନ୍ତୁ ପ୍ରଥମ ଦିନରୁ ହିଁ ୪ କୋଟି ଟଙ୍କାର ବେପାର କରିଛି।
ଆଉ ଫିଲ୍ମ ଦେଖି ଫେରୁଥିବା ଦର୍ଶକ କାନ୍ଦୁଛନ୍ତି ନଚେତ୍ ତଥାକଥିତ ଧର୍ମନିରପେକ୍ଷଙ୍କ ପ୍ରତି ଆକ୍ଷେପ କରୁଛନ୍ତି। ଆମ ଦେଶର ଏ କଳଙ୍କିତ ଇତିହାସକୁ ଚାପିଦେଇଥିବା ମଣିଷମାନଙ୍କୁ ଧିକ୍କାରୁଛନ୍ତି।

ଏହି ଫିଲ୍ମରେ ଗୋଟିଏ ତର୍କ ଦିଆଯାଇଛି ଯେ, ୯୦ ଦଶକର ସେହି ଘଟଣା କେବଳ କାଶ୍ବିରୀ ପଣ୍ଡିତମାନଙ୍କର ଗୋଟିଏ ନିର୍ବାସନ ନ ଥିଲା। ଏହା ଥିଲା ଦେଶର ଏକ ପ୍ରମୁଖ ନରସଂହାର। ୩୦ ବର୍ଷ ତଳେ ଘଟିଥିବା ଏହି ଘଟଣାକୁ ରାଜନୈତିକ କାରଣରୁ ଚାପି ଦିଆଯାଇଛି। କଶ୍ମିରୀ ପଣ୍ଡିତମାନଙ୍କ ହଜିଯାଇଥିବା ସମ୍ମାନ ଓ ଭୃଲୁଣ୍ଠିତ ହୋଇଥିବା ପରିଚୟ ପୁଣି ଫେରି ପାଇବାକୁ ସେମାନେ ଅପେକ୍ଷା କରିଛନ୍ତି।ଅତଙ୍କବାଦ, ସୀମାରେ ଉତ୍ତେଜନା ଆଉ ବିଛିନ୍ନତାବାଦୀ ଆନ୍ଦୋଳର କୃର ସତ୍ୟ ଏହି ଫିଲ୍ମରେ ରୂପାୟିତ ହୋଇଛି। ଏଥିରେ ଭେଟେରନା ଅଭିନେତା ଅନୁପମ ଖେର୍‌ ଓ ମିଥୁନ୍ ଚକ୍ରବର୍ତ୍ତିଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking