36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶକରୋନା ମୁକାବିଲା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ

କରୋନା ମୁକାବିଲା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି କରୋନା ବର୍ତମାନ ଏହି କରୋନା ଭାଇରସ ଦ୍ୱାରା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୯ରେ ପହଂଚିଥିବା ସୂଚନା ମିଳିଛି । ସୋମବାର ଏହି ଭାଇରସରେ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଉତରପ୍ରଦେଶର ୬ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଭାରତ ଭ୍ରମଣରେ ଆସିଥିବା ୧୬ ଜଣ ଇଟାଲି ପର୍ଯ୍ୟଟକ ମଧ୍ୟ କରୋନା ଆକ୍ରାନ୍ତ ବୋଲି ସୂଚନା ରହିଛି । ମାରାତ୍ମକ କରୋନା ଭାଇରସ୍ ଏବେ ବିଶ୍ୱର ୬୬ଟି ଦେଶରେ ବ୍ୟାପିଛି । ଏଥିରେ ତିନି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ଏହି କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିଲେ ଭାରତ ଏହାକୁ ସହଜରେ ନିୟନ୍ତ୍ରଣ କରିପାରିବ ନାହିଁ । ଭାରତ ପାଇଁ ଏବେ କରୋନା ମୁକାବିଲା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି ।
ଏମ୍ସର ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ କହିଛନ୍ତି, ଦକ୍ଷିଣ କୋରିଆ, ଇଟାଲି ଏବଂ ଆମେରିକା ସ୍ଥିତିକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଭାରତରେ ସ୍ଥିତି କେତେ ସଙ୍କଟଜନକ ହେବ । କିଛି ଜରୁରୀ ସ୍ଥିତି ଉପୁଜିବା ପୂର୍ବରୁ ପ୍ରଥମେ ହସ୍ପିଟାଲ୍ ଏବଂ ତାଲିମପ୍ରାପ୍ତ ମେଡିକାଲ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ପଡ଼ିବ । ୱାର୍ଡଗୁଡ଼ିକୁ ଆଇସୋଲେଟେଡ୍ ଆଇସିୟୁରେ ପରିଣତ କରିବାକୁ ପଡ଼ିବ ଏବଂ ୫ ପ୍ରତିଶତ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ମହଜୁଦ ରଖିବାକୁ ପଡ଼ିବ ବୋଲି ଗୁଲେରିଆ କହିଛନ୍ତି ।
ଭାରତରେ ଡାକ୍ତର , ସ୍ବାସ୍ଥ୍ୟ କର୍ମୀ ଏବଂ ହସ୍ପିଟାଲ୍ ବେଡର ଅଭାବ ଥିବାରୁ ଭାଇରସ୍ ସହ ମୁକାବିଲା କରିବା ବହୁତ ବଡ଼ ଆହ୍ବାନ ହେବ । ବିଶେଷ କରି ଗ୍ରାମୀଣ ଅଞ୍ଚଳ ଏବଂ ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକରେ ଅତି ଦୟନୀୟ ସ୍ଥିତି ଉପୁଜିବ । ଭାରତରେ ୧.୧ ନିୟୁତ ଏଲୋପାଥିକ୍ ଡାକ୍ତର ୨୦୧୯ ଡିସେମ୍ବରରେ ବୋର୍ଡ ଅଫ୍ ଗଭର୍ଣ୍ଣରସ/ ଷ୍ଟେଟ୍ ମେଡିକାଲ କାଉନ୍ସିଲ୍ସ/ ମେଡିକାଲ କାଉନ୍ସିଲ ସହ ପଂଜିକୃତ ହୋଇଛନ୍ତି । ଏହା ଆକଳନ କରାଯାଉଛି ଯେ ୯.୨୬ ଲl ଡାକ୍ତର ସକ୍ରିୟ ଭାବେ ସେବା ପାଇଁ ଉପଲବ୍ଧ ହେବେ । ଗତବର୍ଷ ଲୋକସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏହି ସୂଚନା ଦେଇଥିଲେ । ଜନବହୁଳ ଭାରତରେ କରୋନା ବ୍ୟାପିଲେ ଏହାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼ିବ । କେବଳ ଡାକ୍ତର ନୁହନ୍ତି ଭାରତରେ ନର୍ସଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking