26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଖୁବ ଶୀଘ୍ର ଅନ୍ ଏୟାର ହେବ 'ଦ କପିଲ ଶର୍ମା ସୋ'

ଖୁବ ଶୀଘ୍ର ଅନ୍ ଏୟାର ହେବ ‘ଦ କପିଲ ଶର୍ମା ସୋ’

ନୂଆଦିଲ୍ଲୀ: ‘ଦ କପିଲ ଶର୍ମା ସୋ’ ର ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ରହିଛି । ଏହି ସୋ ଏବେ ପୁଣି ଫେରୁଛି ଦର୍ଶକଙ୍କ ମଧ୍ୟକୁ । କୃଷ୍ଣା ଅଭିଷେକ ସୋ ପୁଣି ଆରମ୍ଭ ହେବା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଭାରତୀ ସିଂ ଓ କିକୁ ଶାରଦାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ତିନି ଜଣ ଅନେକ ମାତ୍ରାରେ ଖୁସି ଥିବା ଲାଗୁଛନ୍ତି ।
ଭାରତୀ ସିଂ, କୃଷ୍ଣା ଅଭିଷେକ ଓ କିକୁ ଶାରଦାଙ୍କ ସାକ୍ଷାତ କ୍ରିଏଟିଭ ମିଟିଂ ମଧ୍ୟରେ ହୋଇଥିଲା । କୃଷ୍ଣା ଏହି ଫଟୋ ସେୟାର କରି ଲେଖିଛନ୍ତି, ଖୁବ ଶୀଘ୍ର ଫେରିବୁ, ଆମର ପ୍ରଥମ କ୍ରିଏଟିଭ ମିଟିଂ । ବହୁତ ଖୁସି ଅଛୁ । ନୂଆ ଷ୍ଟଫ ଜଲଦି ଆସୁଛି । କୃଷ୍ଣା ଏହି ପୋଷ୍ଟକୁ ଭାରତୀ ସିଂ ଓ କିକୁ ଶାରଦାଙ୍କୁ ବି ଟ୍ୟାଗ କରିଛନ୍ତି ।
କହିରଖୁଛୁ, ‘ଦ କପିଲ ଶର୍ମା ସୋ’ ଚଳିତ ବର୍ଷ ଫେବୃୟାରୀରେ ଅଫ୍ ଏୟାର ହୋଇଥିଲା । ଏହା ଅଫ ଏୟାର ହେବାର କାରଣ ଅନେକ ସାମ୍ନାକୁ ଆସିଥିଲା । ଏହାର ଗୋଟିଏ କାରଣ ଥିଲା ଯେ, ସୋ ର ହୋଷ୍ଟ ତଥା କମେଡିଆନ କପିଲ ଶର୍ମାଙ୍କୁ ପ୍ୟାଟରନିଟି ଲିଭ ରେ ଯିବାର ଥିଲା । ଅନ୍ୟ କାରଣ ଥିଲା ଲକଡାଉନ ପାଇଁ କୌଣସି ଫିଲ୍ମ ରିଲିଜ ହେଉନଥିଲା । ସେଥିପାଇଁ ସେ କୁ କୌଣସି ଗେଷ୍ଟ ବି ଆସିପାରୁନଥିଲେ ।
ସୋ ଅଫ ଏହାୟ ହେବା ପରେ କୃଷ୍ଣା ଅଭିଷେକ ଓ ଅର୍ଚ୍ଚନା ପୁରନ ସିଂ ସୋ ର ବିଟିଏସ ମୁମେଣ୍ଟ ସେୟାର କରୁଥିଲେ । କୁହାଯାଉଥିଲା ସୋ ମାସେ କିମ୍ବା ଦୁଇ ମାସ ମଧ୍ୟରେ ଅନ ଏୟାର ହେବ । ତେବେ କୃଷ୍ଣା ଏକ ିଣ୍ଟରଭ୍ୟୁରେ କହିଥିଲେ ସୋ ଜୁଲାଇରେ ଅନ ଏୟାର ହେବ । କପିଲ ଶର୍ମା କହିଥିଲେ ଯେ, ନୂଆ ସିଜିନ ସଂପୂର୍ଣ୍ଣ ଭାବରେ ନୂଆ ଫର୍ମାଟରେ ହେବ । ଏଥିରେ ଅନେକ ନୂଆ ଚେହେରା ବି ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking