26.7 C
Bhubaneswar
Friday, April 19, 2024
Homeଓଡିଶାଦୁଷ୍କର୍ମ ମାମଲାରେ ନାବାଳକକୁ ୧୦ବର୍ଷ ଜେଲ୍ ଦଣ୍ଡାଦେଶ

ଦୁଷ୍କର୍ମ ମାମଲାରେ ନାବାଳକକୁ ୧୦ବର୍ଷ ଜେଲ୍ ଦଣ୍ଡାଦେଶ

କେନ୍ଦୁଝର: ଗତ ୨୦୧୭ ମସିହାରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଘଟି ଯାଇଥିବା ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ବୁଧବାର ରାୟ ପ୍ରକାଶ ପାଇଛି । ଏହି ମାମଲାରେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପୀଡ଼ିତାକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିବା ସହ ଦୋଷୀ ସାବ୍ୟସ୍ତ ନାବାଳକକୁ ୧୦ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ ଗତ ୩୦/୧୧/୨୦୧୭ରେ ବଡ଼ବିଲ ଥାନାରେ ସେ ଅଞ୍ଚଳର ଜଣେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ଜଣେ ନାବାଳକ ଦୁଷ୍କର୍ମକରି ଗର୍ଭବତୀ କରିଥିବା ଥାନାରେ ଅଭିଯୋଗ କରିଥିଲେ । ନାବାଳକ ଜଣକ ସମ୍ପୃକ୍ତ ନାବାଳିକାକୁ ବିବାହ କରିବ କହି ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଫଳରେ ନାବାଳିକା ଜଣକ ୮ମାସର ଗର୍ଭବତୀ ହୋଇଥିଲେ ।

ପରେ ଯୁବକ ଜଣକ ନାବାଳିକାକୁ ବିବାହ କରିବାକୁ ମନା କରିବାରୁ ନାବାଳିକା ପରିବାର ପକ୍ଷରୁ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତ୍ତିକରି ତତ୍କାଳୀନ ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଏହାର ତଦନ୍ତ ଭାର ନେଇଥିଲେ । ଅଭିଯୁକ୍ତ ନାବାଳକକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଏହି ମାମଲାରେ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ବୁଧବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଲୋକନାଥ ସାହୁ ଅଭିଯୁକ୍ତ ନାବାଳକକୁ ୧୦ଜେଲ୍ ଦଣ୍ଡାଦେଶ, ୫ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ୩ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ନାବାଳକ ଜଣକ ୨୧ବର୍ଷ ବୟସ ପର୍ଯ୍ୟନ୍ତ ରାଉରକେଲାସ୍ଥିତ ଅବ୍‌ଜର୍‌ଭେସନ୍ ହୋମ୍‌ରେ ରହି ୨୧ବର୍ଷ ପରେ ସାଧାରଣ ଜେଲ୍‌ରେ ସଜ୍ଜା କାଟିବେ ବୋଲି ଜଣାପଡ଼ିଛି । ଏଥିସହ ପୀଡ଼ିତା ନାବାଳିକାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଗଣେଷ ପ୍ରସାଦ ମହାପାତ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking