26.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକାକୁ ଦୁଷ୍ମର୍ମ କଲା ନାବାଳକ

ନାବାଳିକାକୁ ଦୁଷ୍ମର୍ମ କଲା ନାବାଳକ

ରାୟପୁର: ନାବାଳିକାକୁ ଦୁଷ୍ମର୍ମ କଲା ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁରଜପୁର ଜିଲ୍ଲାରେ । ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଘଟଣାରେ ଅଭିଯୁକ୍ତ ନାବାଳକ ବିରୋଧରେ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ, ଜଣେ ୧୨ ବର୍ଷୀୟ ନାବାଳକ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ୭ ବର୍ଷୀୟ ନାବାଳିକାକୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଅସୁସ୍ଥତା ଅବସ୍ଥାରେ ଘରକୁ ଫେରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଲା । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ନାବାଳକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking