28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅମ୍ବାନୀ ପରିବାରକୁ ସୁରକ୍ଷା ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ରଦ୍ଦ

ଅମ୍ବାନୀ ପରିବାରକୁ ସୁରକ୍ଷା ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ରଦ୍ଦ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପ୍ରଦାନ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ପ୍ରତିବାଦରେ ତ୍ରିପୁରା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା । ତଦନୁଯାୟୀ ହାଇକୋର୍ଟ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଟ ଅଧିକାରୀଙ୍କୁ ସମନ ଜାରି କରିଥିଲେ । ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି ।

ଜଣେ ବ୍ୟକ୍ତିଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯିବାରେ କୌଣସି ଜନସ୍ୱାର୍ଥ ମାମଲା ଜଡିତ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ଅମ୍ବାନୀ ପରିବାରକୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଥିବାରୁ ଏହା ଅଯୁକ୍ତିକର ନୁହେଁ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ୨୦୨୧ରେ ଅମ୍ବାନୀଙ୍କ ବାସଭବନ ଆଣ୍ଟାଲିଆ ସମ୍ମୁଖରୁ ବିସ୍ଫୋରକ ବୋଝେଇ ଭ୍ୟାନ୍ ଜବତ ହେବାପରେ ମୁକେଶଙ୍କୁ ଜେଡ୍ ପ୍ଲସ୍ ଏବଂ ପତ୍ନୀ ନୀତାଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ତେବେ ସେମାନଙ୍କର ତିନିଜଣ ସନ୍ତାନଙ୍କୁ କେନ୍ଦ୍ର ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking