ଜେଲ୍ ଭିତରେ ବିଚାରଧୀନ କଏଦୀଙ୍କ ଭିଡ଼ ପ୍ରସଙ୍ଗ : ପ୍ରିଜନ୍ ଆଇଜିଙ୍କୁ  ହାଜିରା ନିର୍ଦ୍ଦେଶ

କଟକ:  କରୋନା ସମୟରେ ରାଜ୍ୟର ବିଭିନ୍ନ ଜେଲ୍ ଭିତରେ ବିଚାରଧୀନ କଏଦୀଙ୍କ ଭିଡ଼ ପ୍ରସଙ୍ଗରେ ହାଇକୋର୍ଟ ପ୍ରିଜନ୍ ଆଇଜିଙ୍କୁ ହାଜିରା ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଜେଲ୍‌ରେ କିପରି ସ୍ଥିତି ରହିଛି ସେ ସମ୍ପର୍କରେ ଦର୍ଶାଇବାକୁ କୁହାଯାଇଛି ।  ଏହି ମାମଲାରେ ହାଇକୋର୍ଟ ଦୀର୍ଘସ୍ଥାୟୀ ଯୋଜନା କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ଆବେଦନକାରୀ କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣିବେଳେ ବିଭିନ୍ନ ଜେଲ୍‌ରେ  ରହିଥିବା ବିଚାରଧୀନ କଏଦୀଙ୍କ ନିମନ୍ତେ କିପରି ବ୍ୟବସ୍ଥା ରହିଛି  ଓ କି କି ଭିତ୍ତିଭୂମିକର ଅଭାବ ରହିଛି ସେ ସମ୍ପର୍କରେ ଆମିକସ୍‌କ୍ୟୁରୀ ଆଇନଜୀବୀ ଗୌତମ ମିଶ୍ର ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା । ଆସନ୍ତା ଅଗଷ୍ଟ ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here