29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡ୍ରଗ୍‌ସ ମାମଲାରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗ : ଆଜିଠାରୁ ଏନ୍‌ସିବି ତଦନ୍ତ ଆରମ୍ଭ

ଡ୍ରଗ୍‌ସ ମାମଲାରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗ : ଆଜିଠାରୁ ଏନ୍‌ସିବି ତଦନ୍ତ ଆରମ୍ଭ

ମୁମ୍ବାଇ: ଆର୍ଯ୍ୟନ୍ ଖାନ୍ ଡ୍ରଗ୍‌ସ ମାମଲାରେ ୨୫ କୋଟି ଟଙ୍କାର ଡିଲ୍ ହୋଇଥିବା ପ୍ରସଙ୍ଗକୁ ନେଇ ଆଜିଠାରୁ ଏନ୍‌ସିବି (ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ) ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି । ଏଥିପାଇଁ ଏନ୍‌ସିବି ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଛି । ଏହି ଦଳ ଇତିମଧ୍ୟରେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଆର୍ଯ୍ୟନ୍‌ଙ୍କୁ ମାମଲାରୁ ଖସାଇବାକୁ କୁଆଡେ ୨୫ କୋଟି ଟଙ୍କାର ଡିଲ୍ (ବୁଝାମଣା) ହୋଇଥିଲା ବୋଲି ଘଟଣାର ଅନ୍ୟତମ ସାକ୍ଷୀ ପ୍ରଭାକର ସାଇଲ ଇତିମଧ୍ୟରେ ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଅବଗତ କରିଛନ୍ତି । ଏହି ବୁଝାମଣାରେ ଘରୋଇ ଗୁଇନ୍ଦା କେ.ପି.ଗୋସାଭି, ସାମ୍ ଡି’ ସୁଜା ଓ ଶାହରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦାଦ୍‌ଲାନି ସାମିଲ ଥିବା ପ୍ରଭାକର ଦାବି କରିଛନ୍ତି ।

୨୫ କୋଟି ମଧ୍ୟରୁ ୮ କୋଟି ଟଙ୍କା ମୁମ୍ବାଇସ୍ଥିତ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ପ୍ରଦାନ କରାଯାଇଥାନ୍ତା । ଘଟଣାଦିନ ଦୁଇ ଅଜ୍ଞାତ ବ୍ୟକ୍ତି ଟଙ୍କା ଭର୍ତ୍ତି ବ୍ୟାଗ ତାଙ୍କୁ ହସ୍ତାନ୍ତର କରିଥିଲେ ବୋଲି ମଧ୍ୟ ପ୍ରଭାକର ସତ୍ୟପାଠରେ ଦର୍ଶାଇଛନ୍ତି । ଏହି ଚଢଉ ଘଟଣାରେ ୱାଙ୍ଖେଡେ ବର୍ତ୍ତମାନ ରାଜନୈତିକ ଆକ୍ରୋଶର ଶିକାର ହୋଇପଡିଛନ୍ତି । ମହାରାଷ୍ଟ୍ରର କଂଗ୍ରେସ ନେତା ତଥା ମନ୍ତ୍ରୀ ନୱାବ ମାଲିକ୍ ଇତିମଧ୍ୟରେ ୱାଙ୍ଖେଡେଙ୍କୁ ଟାର୍ଗେଟ କରି ଏକାଧିକ ବିବାଦୀୟ ବୟାନ ଦେଇସାରିଛନ୍ତି । ଅପରପକ୍ଷରେ ୱାଙ୍ଖେଡେ ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି । ୱାଙ୍ଖେଡେ ନିଜର ସୁରକ୍ଷା ନିମନ୍ତେ ମୁମ୍ବାଇ ପୁଲିସର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking