27.1 C
Bhubaneswar
Thursday, April 25, 2024
Homeଓଡିଶାତିନିରଥରେ ପାର୍ଶ୍ୱ ଦେବ ଦେବୀଙ୍କୁ ସ୍ଥାପନ

ତିନିରଥରେ ପାର୍ଶ୍ୱ ଦେବ ଦେବୀଙ୍କୁ ସ୍ଥାପନ

ପୁରୀ : ସୋମବାର ତିନିରଥର ଡେରା ‘ମେଣ୍ଢି’ କଢ଼ାଯାଇଅଛି ( ଏହି ମେଣ୍ଢି-ତିନିରଥର ଦଣ୍ଡା ଫ୍ରେମ ତଳେ,ତିନିରଥର ତିନି ଭୁଇଁ ଉଠିବା ସମୟରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଅଖ ଉପରେ ଅଧିକ ଚାପ ନପଡ଼ିବା ପାଇଁ କାଠ ଢ଼େରା ବା ମେଣ୍ଢି ଲଗାଯାଇଥିଲା) । ଏଥିସହ ଆଜି ତିନିରଥର ତିନି ପାର୍ଶ୍ୱରେ ୨୭ ଗୋଟି ଶିଖର ଡମ୍ବରୁ (ପାର୍ଶ୍ୱ ଦେବ ଦେବୀଙ୍କ ଆସ୍ଥାନ) ଫିଟିଙ୍ଗ ହେବାପରେ ସେଥିରେ ପାର୍ଶ୍ୱ ଦେବ ଦେବୀ ଙ୍କୁ ସ୍ଥାପନ କରାଯାଇଥିଲା । ତିନିରଥର ୩୫ ଜଣ ଚିତ୍ରକାର ତିନିରଥର ପ୍ରଭା ରେ ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର ଶେଷ ପର୍ଯ୍ୟାୟରେ ପହଁଚିଛି ।

ଏଥିସହ ଚିତ୍ରକାର ମାନେ ତିନିରଥ ଚକ, ମୁହାଁଟ, ଘୋଡା ଏବଂ ସାରଥୀ ରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ତିନିରଥର ଦରଜୀ ସ୍ୱେକ ମାନେ ତିନିରଥର ୨୪ ଟି ବତା କନାରେ ୭୨ ଟି କଳସ ପଟି ଲାଗି ଶେଷ କରିଛନ୍ତି, ଏଥିସହ ତିନିରଥର ୧୨ ଟି ଦୁଆର ବେଢ଼ା ମାପ ପ୍ରକାରେ କନା କଟିଙ୍ଗ ପରେ ସେଥିରେ ଲେସ, ଚିକଣ ସିଲଭର ଜରି ରେ ଫୁଲ ଡାଳି ପଡି ଦୁଆର ବେଢ଼ା କାମ ଶେଷ କରିଥିଲେ ।

ତିନିରଥର ୧୨ ଚନ୍ଦ୍ର ଶାଳୀ ଏବଂ ୧୨ ଟି ଅଁଳା ଶ୍ରୀ ପାଇଁ କନା କାର୍ଯ୍ୟ ଶେଷ ହେବା ସହ ପୋଟଳ କନା କାର୍ଯ୍ୟ ଶେଷ ହୋଇ କନକ ମୁଣ୍ଡି ପାଇଁ ଚାନ୍ଦୁଆ, ଉଡା ଚାନ୍ଦୁଆ, ସାରଥିଙ୍କ ପାଇଁ ପୋଷାକ ଏବଂ ଲାଗିଲୁଗା ସିଲାଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଅନ୍ୟପଟେ ତିନିରଥର ଓଝା ମହାରଣା ମାନେ ଆଜି ୧୨ ଗୋଟି କୋଠ ସୁଆଁସିଆ ଛୁରୀ, ୬ଗୋଟି ହାତୁଡି ଏକ ଗୋଟି କଟୁରୀ ନିର୍ମାଣ ସହ ତିନି ରଥ ଭୋଇ ସେବକଙ୍କ ପାଇଁ କତା କାଟିବା ଏବଂ ଚାର କାଟିବା ନିମନ୍ତେ ୩ ଗୋଟି କଟୁରି ନିର୍ମାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking