28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି

ନୂଆଦିଲ୍ଲୀ : ପାର୍ଟି ଅଧ୍ୟକ୍ଷ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ଅଧିସୂଚନା ଜାରି କରାଯାଇଛି । ଏହା ସହିତ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଔପଚାରିକ ରୂପେ ଆରମ୍ଭ ହୋଇଯାଇଛି । ଅଧିସୂଚନା ଅନୁସାରେ ଗୁରୁବାରଠାରୁ ନୋମିନେସନ୍ ଫର୍ମ ଉପଲବ୍ଧ ହେବ ଏବଂ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍ କରାଯିବା ସହ ସେହିଦିନ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଅକ୍ଟୋବର ୮ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ହୋଇଥିବା ବେଳେ ଏହାପରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୧୮ରେ ମତଦାନ ହେବ ଏବଂ ପରଦିନ ଅର୍ଥାତ୍ ଅକ୍ଟୋବର ୧୯ରେ ମତଗଣନା କରାଯିବ ।
ଇତିମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିର୍ବାଚନ ଲଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି । ଦିଗ୍‌ବିଜୟ ସିଂହ ଗୁରୁବାର ପାର୍ଟି ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ । ଅନ୍ୟପକ୍ଷରେ ମନୀଷ ତିୱାରୀ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାଯାଇଛି । ସେ ନିଜ ରାଜ୍ୟର ପ୍ରତିନିଧିତ୍ୱ କରିବାକୁ ଥିବା ପାର୍ଟି ଭୋଟର୍‌ଙ୍କୁ ସାକ୍ଷାତ କରିଥିବା ତାଙ୍କ ନିକଟତମ ମହଲ ସୂତ୍ରରୁ ଜଣାଯାଇଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବର୍ତ୍ତମାନ ସୁଦ୍ଧା ଅଶୋକ ଗେହଲୋଟ୍ ଏବଂ ଶଶି ଥରୁର୍‌ଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ମାତ୍ର ଏହି ଦୁଇଜଣଙ୍କ ପ୍ରବେଶ ପରେ କଡ଼ା ଲଢ଼େଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking