27.1 C
Bhubaneswar
Friday, March 29, 2024
Homeଓଡିଶାସେରୋ ସର୍ଭେରୁ ଜଣାପଡ଼ୁଛି ୪ ସପ୍ତାହ ତଳର ସଂକ୍ରମଣ

ସେରୋ ସର୍ଭେରୁ ଜଣାପଡ଼ୁଛି ୪ ସପ୍ତାହ ତଳର ସଂକ୍ରମଣ

ଭୁବନେଶ୍ୱର : ସେରୋଲୋଜିକାଲ ସର୍ଭେ ନେଇ ଆରଏମଆରସି ନିର୍ଦ୍ଦେଶିକା ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ଓ ଆରଏମଆରସି ମିଳିତ ଭାବେ ସେରୋ ସର୍ଭେ କରୁଛନ୍ତି । ତେବେ ଏହି ସର୍ଭେ ୫ଟି ସ୍ଥାନରେ କରାଯିବା ପାଇଁ ସ୍ଥିର ହୋଇଥିଲା । ଏବେ ପୁରୀରେ ସର୍ଭେ ସମାପ୍ତ ହୋଇଛି । ସେହିପରି ବିଏମସି ଅଞ୍ଚଳରେ ୨ଟି ପର୍ଯ୍ୟାୟରେ ସର୍ଭେ ହେବା ପାଇଁ ଯୋଜନା କରାଯାଇଥିଲା । ଏବେ ପ୍ରଥମ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ମଧ୍ୟ ଆରମ୍ଭ ହୋଇସାରିଲାଣି । ପରବର୍ତ୍ତୀ ପଯ୍ୟାୟରେ ଗଞ୍ଜାମ , ବଡ଼ମ୍ବା – ନରସିଂହପୁର , ଗଜପତିରେ ସର୍ଭେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସର୍ଭେ ଦ୍ୱାରା ୪ ସପ୍ତାହ ତଳର ସଂକ୍ରମଣ ଜଣାପଡ଼ୁଛି । ପଯ୍ୟାୟ କ୍ରମେ ପୁଣି ୪ ସପ୍ତାହ ପରେ ଆଉ ଥରେ ସର୍ଭେ କରାଯିବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି ।
ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking