28.1 C
Bhubaneswar
Friday, March 29, 2024
Homeଓଡିଶାଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନିତିକୁ ବିରୋଧ ଜଣାଇଲା ଭାରତୀୟ ମଜଦୁର ସଂଘ

ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନିତିକୁ ବିରୋଧ ଜଣାଇଲା ଭାରତୀୟ ମଜଦୁର ସଂଘ

ବଲାଙ୍ଗିର, : ଆଜି ଭାରତୀୟ ମଜଦୁର ସଂଘ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନିତିକୁ ବିରୋଧ କରିଛି । ଏହା ସହିତ ଭାରତ ସରକାରଙ୍କ ଶ୍ରମିକ ମାରଣ ନିତି ଅତିଶିଘ୍ର ପ୍ରତ୍ୟାହାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ଅନଙ୍ଗ କୁମାର ଠାକୁରଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସଂପାଦକ ଅରୁଣ କୁମାର ସାହୁ , ଜିଲ୍ଲା ସାଧାରଣ ସଂପାଦକ ଶିବ ନାରାୟଣ ପୁରୋହିତ, ଜିଲ୍ଲା ମିଡିଆ ସେଲ ତଥା ଖାଉଟି କଲ୍ୟାଣ ମଂଚର ସଭାପତି ଗୋପବନ୍ଧୁ ଶତପଥି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ପାଖରେ ଦାବିପତ୍ର ଉପସ୍ଥାପନ କରିଥିଲେ । ଆହୁରି ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ୍ୟ ହସ୍ତକ୍ଷେପରେ ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତାମାନଙ୍କୁ ହତ୍ୟା କରି ଶ୍ରମିକ ଦମନ ନୀତି ଅବଲମ୍ବନ କରୁଥିବାରୁ ଏହାର ତିବ୍ର ପ୍ରତିବାଦ କରି ଆଇନଗତ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ । ଏହି ବିରୋଧ ପ୍ରଦର୍ଶନ ତଥା ଦାବୀପତ୍ର ପ୍ରଦାନ କାଯ୍ୟକ୍ରମରେ ଆଶା ସାଥି ଓ ଅନ୍ୟାନ୍ୟ ମଜଦୁର ସଂଘ ଓ ଅଲ ଓଡିଶା ଅଙ୍ଗନୱାଡି କର୍ମିି ତଥା ସଂଘ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking