27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ

ଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏଥର ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଇଛି । ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିବା ସହ ଦଳର ବିଶ୍ୱକପ୍ ବିଜୟର ସ୍ୱପ୍ନ ଅଧାରେ ରହିଯାଇଛି । ତେବେ ଏଥର ଟି-୨୦ ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ନେଇଥିଲେ ବି, ଆଗାମୀ ଟି-୨୦ ବିଶ୍ୱକପକୁ ନେଇ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଆସିଛି ଖୁସି ଖବର । ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ୨୦୨୪ ମସିହାରେ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏବେଠୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା ଦଳ । ତେବେ ୨୦୨୩ ମସିହାରେ ଗ୍ରୁପର ଟପ-୬ରେ ରହିଥିବା ଦଳ ଆଗାମୀ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking