43 C
Bhubaneswar
Tuesday, April 16, 2024
Homeଓଡିଶାସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଢେଙ୍କାନାଳ: ଜଙ୍ଗଲ ଭିତରେ ସ୍ୱାମୀ ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା । ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ ଦୁଃଖଦ ଘଟଣା । ମୃତକ ଚାନ୍ଦପୁର ଗ୍ରାମର କାଉଁଶିନାଳୀ ସାହିର ରମେଶ ବେହେରା ।

ସୂଚନା ଅନୁଯାୟୀ, ଚାନ୍ଦପୁର ଗ୍ରାମର କାଉଁଶିନାଳୀ ସାହିର ରମେଶ ବେହେରା ଏବଂ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର ସମୟରେ ଶୌଚ ପାଇଁ ଘର ପାଖ ନଟାନାଳୀକୁ ଯାଇଥିଲେ । ସେଠାରେ ଉଭୟେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଭଉୟଙ୍କୁ ବନବିଭାଗ କାମକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ରମେଶଙ୍କର ମୃତ୍ୟୁ ହୋଇଛି । ରମେଶଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking