31.1 C
Bhubaneswar
Saturday, April 20, 2024
Homeଅପରାଧସ୍ୱାମୀ ଦେଉଥିଲା ଧୋକା,ରାଗରେ ସ୍ତ୍ରୀ କାଟିଦେଲା ପ୍ରାଇଭେଟ୍ ପାର୍ଟ ଓ ଏହାପରେ କଲା ଏଭଳି...

ସ୍ୱାମୀ ଦେଉଥିଲା ଧୋକା,ରାଗରେ ସ୍ତ୍ରୀ କାଟିଦେଲା ପ୍ରାଇଭେଟ୍ ପାର୍ଟ ଓ ଏହାପରେ କଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ:  ପ୍ରେମରେ ଧୋକା ଖାଇବା ବର୍ତ୍ତମାନ ସମୟର ବହୁତ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି। ବହୁତ ଲୋକ ଏଭଳି ହୋଇଯାଇଛନ୍ତି ଯେ, ସେମାନେ ଧୋକା ଖାଇବା ପରେ ଆଗକୁ ବଢିଯାଆନ୍ତି, ଆଉ କିଛି ଲୋକ ଧୋକାର ପ୍ରତିଶୋଧ ନେଇଥାନ୍ତି। ଏଭଳି ଏକ ଘଟଣା ତାଇଓ୍ବାନର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସେ ତାଙ୍କର ପୂର୍ବତନ ସ୍ବାମୀଙ୍କ ଠାରୁ ଧୋକା ଖାଇବା ପରେ ଏଭଳି ପ୍ରତିଶୋଧ ନେଇଛନ୍ତି, ଯାହା ଶୁଣିଲେ ମଧ୍ୟ ଭୟରେ ଆପଣ ସମସ୍ତଙ୍କର ଲୋମ ଟାଙ୍କୁରି ଉଠିବ।
ମିଳିଥିବା ସୂଚନା ଅନୁସାରେ ତାଇଓ୍ବାର ହୁକୋଉରେ ଜଣେ ମହିଳା ଗତ ୨୪ ତାରିଖରେ ନିଜର ପୂର୍ବତନ ସ୍ବାମୀଙ୍କ ପ୍ରାଇଭେଟ୍ ପାର୍ଟକୁ କାଟି ସେଥିରେ ଏସିଡ୍ ପକାଇବା ପରେ ଟଏଲେଟରେ ପ୍ଲାସ କରି ତାକୁ ଭସାଇ ସେଇଥିଲେ। ମହିଳା ଜଣକ ଏଭଳି କରିବାର କାରଣ ହେଲା ତାଙ୍କର ସ୍ବାମୀ ବିବାହ ସମୟରେ ତାଙ୍କ ସହ ଧୋକା ଦେଇ ଅନ୍ୟ କାହା ସହ ପ୍ରେମ ସମ୍ପର୍କ ରଖିଥିଲେ। ମହିଳା ଜଣକ ନିଜ ସ୍ବାମୀକୁ ଏଭଳି ଦଣ୍ଡ ଦେବାପରେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

୫୮ ବର୍ଷୀୟ ମହିଳା ଜଣକ ହେଉଛିନ୍ତି ମିସ୍ ଲି ଓ ତାଙ୍କର ସ୍ବାମୀ ହେଉଛନ୍ତି ମିଷ୍ଟର ଚେନ୍। ରିପୋର୍ଟ ଅନୁସାରେ, ଦୁହିଁଙ୍କର ଗତ ଏକ ମାସ ପୂର୍ବରୁ ଛାଡପତ୍ର ହୋଇସାରିଛି। ଚେନ୍ ଗତ ଦୁଇ ବର୍ଷ ହେବ କୌଣସି ଚାକିରି କରୁନଥିଲେ ଓ ବେରୋଜଗାର ଥିଲେ। ମିଷ୍ଟର ଚେନ୍ ଗତ ୨୪ ତାରିଖରେ ସନ୍ଧ୍ୟା ୮ଟା ୩୦ ସମୟରେ ଫୋନ୍ କରି ଏହି ଘଟଣାର ସୂଚନା ଦେଇଥିଲେ। ଚେନଙ୍କୁ ଏହି କଥାର ଭୟ ଥିଲା ଯେ, ତାଙ୍କର ପୂର୍ବତନ ପତ୍ନୀ ତାଙ୍କୁ ଆକ୍ରମଣ କରିପାରନ୍ତି। ତେଣୁ ସେ ନିଜକୁ ଟଏଲେଟ୍ ଭିତରେ ବନ୍ଦ କରିଦେଇଥିଲେ। ମିଷ୍ଟର ଚେନ୍ ଛାଡପତ୍ର ନେବାପରେ ମଧ୍ୟ ନିଜର ପୂର୍ବତନ ପତ୍ନୀ ମିସ୍ ଲିଙ୍କ ସହିତ ରହୁଥିଲେ। ମିସ୍ ଲିଙ୍କୁ ଏହି କାରଣରୁ ରାଗ ଆସିଥିଲା ଯେ, ତାଙ୍କର ପୂର୍ବତନ ପତି ତାଙ୍କ ରୋଜଗାରରେ ଖାଇ ପିଠି ପଛରେ ଅନ୍ୟ କୌଣସି ମହିଳାଙ୍କୁ ଦେଖା କରୁଛନ୍ତି। ମହିଳା ଜଣକ ଏହି ଘଟଣାପରେ ୪୦ଟି ନିଦ ବଟିକା ଖାଇ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଦେଇଛି, ଯେଉଁଠାରେ ଦୁହିଁଙ୍କର ସ୍ଥିତି ସ୍ଥିର ଥିବା ନେଇ କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking