31.1 C
Bhubaneswar
Friday, March 29, 2024
Homeଅପରାଧସ୍ତ୍ରୀର ହାତ ବାନ୍ଧି ୪ ମହଲାରୁ ତଳକୁ ଠେଲିଦେଲା ସ୍ୱାମୀ, କାରଣ କ’ଣ ଜାଣନ୍ତୁ....

ସ୍ତ୍ରୀର ହାତ ବାନ୍ଧି ୪ ମହଲାରୁ ତଳକୁ ଠେଲିଦେଲା ସ୍ୱାମୀ, କାରଣ କ’ଣ ଜାଣନ୍ତୁ….

ମହିଳା ସହଯୋଗୀଙ୍କ ସହ ମିଶି ସ୍ତ୍ରୀର ହାତ ବାନ୍ଧି ଚତୁର୍ଥ ମହଲାରୁ ଠେଲିଦେଲା ସ୍ୱାମୀ । ଖାଲି ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡ୍‌ର ମଧ୍ୟ ହାତ ବାନ୍ଧି ବାଥ୍‌ରୁମ୍‌ରେ ତାଙ୍କୁ ବନ୍ଦୀ କରି ଦେଇଥିଲେ । ଆଗ୍ରାର ରିତିକା ସିଂ ମର୍ଡରକୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି ତାଙ୍କ ବୟଫ୍ରେଣ୍ଡ୍ । ଜୀବନ ବଞ୍ଚାଇବା ଲାଗି ରିତିକା ଜୋର୍‌ରେ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କ ଚିତ୍କାର ଶୁଣିନଥିଲେ । ସୂଚନା ଅନୁଯାୟୀ, ସ୍ୱାମୀଙ୍କ ସହ ବିବାଦ ପରେ ଫୁଡ୍ ଓ ଫ୍ୟାଶନ ବ୍ଲଗର ରିତିକା ସିଂ ବୟଫ୍ରେଣ୍ଡ୍ ଭିପୁଲଙ୍କ ସହ ଲିଭ୍ ଇନ୍‌ରେ ରହୁଥିଲେ । ଉଭୟ ରିତିକା ଓ ଭିପୁଲ ଓମ୍ ଶ୍ରୀ ପ୍ଲୋଟିନମ୍ ଆପାର୍ଟମେଣ୍ଟ୍‌ରେ ରହୁଥିଲେ । ରିତିକାଙ୍କ ସ୍ୱାମୀ ଆକାଶ ଗୌତମ ଫ୍ଲାଟ୍‌କୁ ଆସି ଭିପୁଲଙ୍କ ହାତ ବାନ୍ଧି ତାଙ୍କୁ ବାଥରୁମ୍ ଭିତରେ ବନ୍ଦ କରି ଦେଇଥିଲେ । ସେ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କ ଚିତ୍କାର ଶୁଣି ନଥିଲେ ।

ଏହାପରେ ଆକାଶ ତାଙ୍କ ସହଯୋଗୀଙ୍କ ସହ ମିଶି ରିତିକାଙ୍କ ହାତ ବାନ୍ଧି ତାଙ୍କୁ ୪ ମହଲାରୁ ତଳକୁ ଠେଲି ଦେଇଥିଲେ । ଏହାଦେଖି ଆପାର୍ଟମେଣ୍ଟ୍ ବାହାରେ ସ୍ଥାନୀୟ ଲୋକ ଭିଡ଼ ଜମାଇଥିଲେ । ହେଲେ ଲୋକଙ୍କ ପାଟିତୁଣ୍ଡ ଶୁଣି ସିକ୍ୟୁରିଟି ଗାର୍ଡ ଗେଟ୍ ବନ୍ଦ କରି ଦେଇଥିଲେ । ଉପସ୍ଥିତ ଲୋକ କୌଶଳକ୍ରମେ ଆକାଶ ଓ ତାଙ୍କର ମହିଳା ସହଯୋଗୀଙ୍କୁ ଧରିଥିଲେ । ତେବେ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଭିପୁଲଙ୍କୁ ବାଥରୁମ୍ ଭିତରକୁ ଉଦ୍ଧାର କରିବା ସହ ଆକାଶ ଓ ତାଙ୍କର ୨ ଜଣ ମହିଳା ସହଯୋଗୀଙ୍କୁ ଗିରଫ କରିଛି । ଫ୍ଲାଟ୍‌ରେ ଜିନିଷପତ୍ର ଏଣେତେଣେ ହୋଇ ପଡ଼ିବା ସହ ଚୁଟି ସବୁ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଏସବୁକୁ ଯାଞ୍ଚ ପାଇଁ ପଠାଯାଇଛି । ଜୀବନ ବଞ୍ଚାଇବା ଲାଗି ରିତିକା ବହୁତ ସଂଘର୍ଷ କରିଥିଲେ । ହେଲେ ନିଜକୁ ବଞ୍ଚାଇ ପାରିନଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡ ଦିନ ଆକାଶଙ୍କ ସହ ଅନ୍ୟ ୪ ଜଣ ଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ । ସକାଳ ପ୍ରାୟ ସାଢ଼େ ୧୦ଟାରେ ଆକାଶ ନିଜର ୨ ମହିଳା ସହଯୋଗୀଙ୍କୁ ଧରି ଆପାର୍ଟମେଣ୍ଟ୍ ଭିରକୁ ଏଣ୍ଟ୍ରି କରିଥିଲେ । ସିସିଟିଭି ଫୁଟେଜରୁ ଏହା ଜଣାପଡ଼ିଛି । ଅଭିଯୁକ୍ତମାନେ ସେମାନଙ୍କର ନକଲି ପରିଚୟ ଦେଇ ଫ୍ଲାଟ୍ ନଂ ୬୦୧କୁ ଯିବା ପାଇଁ କହିଥିଲେ । ହେଲେ ସେମାନଙ୍କୁ ଫ୍ଲାଟ୍ ନଂ ୪୦୪କୁ ଯିବାର ଥିଲା । ଏସବୁ ସେମାନେ ଏଥିପାଇଁ କରିଥିଲେ ଯେମିତି ସିକ୍ୟୁରିଟି ଗାର୍ଡ ସେମାନଙ୍କ ଉପରେ ସନ୍ଦେହ କରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking