36.1 C
Bhubaneswar
Friday, May 20, 2022
Homeଅପରାଧପୋଲିସ ଆଗରେ ସ୍ତ୍ରୀ’କୁ ଛୁରୀ ଭୂଷିଲେ ସ୍ୱାମୀ

ପୋଲିସ ଆଗରେ ସ୍ତ୍ରୀ’କୁ ଛୁରୀ ଭୂଷିଲେ ସ୍ୱାମୀ

ଭୁବନେଶ୍ୱର:  ଘରେ ଝଗଡ଼ା ଲାଗିଲା । ପୁଲିସ ବୁଝାଇବାକୁ ଆସିଲା । ପରେ ସ୍ୱାମୀକୁ ସାଙ୍ଗରେ ଧରି ଥାନାକୁ ନେବା ପାଇଁ ବାହାରିଲା। ହେଲେ ଘର ଭିତରୁ ଗୋଟିଏ ଜିନିଷ ଆଣିଆସୁଛି କହି ସ୍ୱାମୀ ଭିତରକୁ ଗଲେ । ପରେ ଘର ଭିତରେ ସ୍ତ୍ରୀକୁ ଛୁରିରେ ଆକ୍ରମଣ କଲେ । ଏଭଳି ଘଟଣା ସୋମବାର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବଙ୍ଗାଳୀବସ୍ତିରେ ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କୁ ତାଙ୍କ ସ୍ୱାମୀ ଛୁରା ମାଡ଼ କରିଛନ୍ତି । ଆକ୍ରମଣରେ ଗୁରୁତର ହୋଇଛନ୍ତି ସ୍ତ୍ରୀ କଳ୍ପନା ମହାପାତ୍ର । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ହେତୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲା କୋଣାର୍କ ଅନ୍‌ଚଳରୃ ଦୂର୍ଗା ମହାପାତ୍ର । ଦୁର୍ଗା ୩ବର୍ଷ ହେଲା ବଙ୍ଗାଳୀ ବସ୍ତିରେ ପରିବାର ସହ ରହୁଥିଲେ । ତେବେ ମଙ୍ଗଳବାର ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ସ୍ତ୍ରୀ ସୁସ୍ଥ ହେବା ପରେ  ପାରିବାରିକ କଳହର କାରଣ ଜଣାପଡ଼ିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ସୂଚନା ଅନୁଯାୟୀ, ଦୂର୍ଗାଙ୍କ ୬ ବର୍ଷର ଓ ୯ ବର୍ଷର ପୁଅ ଦୁହେଁ ଅଛନ୍ତି । ବଡ଼ ପୁଅ ଗାଁରେ ଥିବା ବେଳେ ସାନ ପୁଅ ମା-ବାପାଙ୍କ ପାଖରେ ରୁହନ୍ତି । ତେବେ ପାରିବାରିକ କଳହକୁ ନେଇ ତାଙ୍କ ମଧ୍ୟରେ ବହୁଥର ଝଗଡ଼ା ହେଉଥିଲା । ଅନେକ ସମୟରେ ଘର ମାଲିକ ଓ ପଡ଼ୋଶୀ ସମାଧାନ ମଧ୍ୟ କରନ୍ତି । ସୋମବାର ପୁଣି ଦୃୂର୍ଗା ତାଙ୍କ ସ୍ତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ପଡ଼ୋଶୀ ଏନେଇ ପୁଲିସକୁ ଖବର ଦେଇଥିଲେ । ଏକ ପିସିଆର୍‌ରେ ପୁଲିସ ଆସି ସ୍ୱାମୀଙ୍କୁ ଥାନାକୁ ନେଇ ଯାଉଥିଲା । ବାହାରେ ପୁଲିସ ଛିଡ଼ା ହୋଇଥିବା ବେଳେ ଦୂର୍ଗା କିଛି ଜିନିଷ ଛାଡ଼ି ଦେଇ ଆସିଥିବା କହି ଘର ଭିତରକୁ ଯାଇଥିଲେ । ପରେ ତାଙ୍କ ସ୍ତ୍ରୀଙ୍କୁ ଏକ ରୁମ୍‌ରେ ପୁରାଇ କବାଟ ଦେଇ ଦେଇଥିଲେ । ଏକ ଛୁରୀରେ ବାରାମ୍ବାର ତାଙ୍କ ସ୍ତ୍ରୀ ଭୁଷିଥିଲେ । ସ୍ତ୍ରୀ ଚିତ୍କାର କରିବାରୁ ପୁଲିସ ଘର କବାଟ ଭାଙ୍ଗି କଳ୍ପନାଙ୍କୁ ଉଦ୍ଧାର କରିଥିଲେ । ହେଲେ ଦୁର୍ଗା ଏକ ଛୁରୀ ଦେଖାଇ ମାରିବି ନ ହେଲେ ମରିବି ବୋଲି କହି ଧରାଛୁଆଁ ଦେଉନଥିଲେ । ଘର ପାଖରେ ବହୁ ସମୟ ଧରି ଛୁରୀ ଧରି ଭୟଭିତ କରିଥିଲେ । ଶେଷରେ ପୁଲିସ ସ୍ଥାନୀୟଲୋକଙ୍କ ଉଦ୍ୟମରେ ତାଙ୍କୁ କାବୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking