38.8 C
Bhubaneswar
Friday, April 19, 2024
Homeଓଡିଶାଯୁବତୀଙ୍କ ସହ ସ୍ୱାମୀ ରଖିଥିଲେ ପ୍ରେମ ସମ୍ପର୍କ: ଗୋଡ଼ାଇ ଗୋଡ଼ାଇ ଦୁହିଁଙ୍କୁ ପିଟିଲେ ସ୍ତ୍ରୀ ଓ...

ଯୁବତୀଙ୍କ ସହ ସ୍ୱାମୀ ରଖିଥିଲେ ପ୍ରେମ ସମ୍ପର୍କ: ଗୋଡ଼ାଇ ଗୋଡ଼ାଇ ଦୁହିଁଙ୍କୁ ପିଟିଲେ ସ୍ତ୍ରୀ ଓ ଝିଅ

ରାଉରକେଲା: ଚୋରା ପ୍ରେମ ଭାରି ମିଠା, କିନ୍ତୁ ଧରାପଡିଲେ ସବୁ ମିଠା ଗୋଟିଏ ଝଟକାରେ ପିତା ହୋଇଯାଏ । ପ୍ରତିଦିନ କିଛି ନା କିଛି ପରକୀୟା ପ୍ରୀତି ଘଟଣା ସାମ୍ନାକୁ ଆସୁଛି, କେଉଁଠି କିଏ ଭାଉଜ ପ୍ରେମରେ ପାଗଳ ତ ଆଉ କିଏ ସ୍ତ୍ରୀ ପିଲାକୁ ଛାଡ଼ି ନିଜଠାରୁ ସାନ ଯୁବତୀମାନଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିଡିଓ, ଯାହାକୁ ଦେଖି ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ । ଭିଡିଓରେ ଚୋରା ପ୍ରେମ କରି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ହାତରେ ଧରା ପଡିଛନ୍ତି । ଫଳରେ ବିଚ ରାସ୍ତାରେ ସୃଷ୍ଟି ହୋଇଛି ତୁମୁଳ କାଣ୍ଡ ।

ବାପର ପ୍ରେମିକାକୁ ଦେଖି ଝିଅ ରାଗରେ ତମ ତମ । ରାଗ ଏତେ ବଢି ଯାଉଛି ଯେ ବାପର ପ୍ରେମିକାର ଚୁଟି ଝିଙ୍କିବାକୁ ପଛାଉ ନାହାନ୍ତି ଝିଅ । ମା ମଧ୍ୟ କମ ନୁହେଁ ସ୍ୱାମୀକୁ ଅନ୍ୟ ଯୁବତୀଙ୍କ ସହ ଦେଖି ଖରାପ ଭାଷାରେ ଗାଲି ଗୁଲଜ କରିବା ଜୋତାରେ ମାରିବାକୁ ବି ପଛାଉନାହାନ୍ତି । ଏଭଳି ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି । ଏହି ଅଭାବନୀୟ ଦୃଶ୍ୟ ହେଉଛି ରାଉରକେଲା ବଣାଇ ଅଞ୍ଚଳର ।

ନିଜ ଝିଅ ବୟସର ଝିଅକୁ ପ୍ରେମ କରି ହଟହଟା ହୋଇଛନ୍ତି ସ୍ୱାମୀ । ସବୁଠାରୁ ମଜା କଥା ହେଉଛି ଏତେ ସବୁ କାଣ୍ଡ ପରେ ମଧ୍ୟ ସେ ନିଜ ପ୍ରେମିକା ସହ ଫଟୋ ଉଠାଉଛନ୍ତି ଓ ତାଙ୍କୁ କୋଳରେ ଉଠାଉଛନ୍ତି । ଯାହାକୁ ଦେଖି ପ୍ରେମିକାଙ୍କୁ ମାଡ ଉପରେ ମାଡ ବସେଇ ଦେଇ ଯାଉଛନ୍ତି ସ୍ତ୍ରୀ ଓ ଝିଅ । କିଛି ଦିନ ତଳେ ଷ୍ଟାର ଦମ୍ପତ୍ତିଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡିଥିଲା । ସ୍ୱାମୀ ବାବୁସାନଙ୍କ ସହ ପ୍ରକୃତିଙ୍କୁ ଦେଖି ସ୍ତ୍ରୀ ତୃପ୍ତି ମଧ୍ୟ ମାଡ ମାରିଥିଲେ । ଯାହା ଖବରର ଶିରୋନାମ ହୋଇଥିଲା । ଏ ଘଟଣା ନ ଥମୁଣୁ ଏହି ଭାଇରାଲ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking