30.1 C
Bhubaneswar
Wednesday, April 24, 2024
Homeଅପରାଧଗର୍ଭବତୀ ସ୍ତ୍ରୀ ସହ ଏମିତି କିଛି ନୃଶଂସ କାମ କଲେ ସ୍ୱାମୀ

ଗର୍ଭବତୀ ସ୍ତ୍ରୀ ସହ ଏମିତି କିଛି ନୃଶଂସ କାମ କଲେ ସ୍ୱାମୀ

ଭଦ୍ରକ : ପେଟରେ ଥିଲା ୯ ମାସର ଶିଶୁ , ଆଉ କିଛି ଦିନ ପରେ ଦୁନିଆ ଦେଖିଥାନ୍ତା । ଆଉ ମା’ ର କୋଳ ହସି ଉଠିଥାନ୍ତା । କିନ୍ତୁ ଏହି ଖୁସି ପୂର୍ବରୁ ଘଟିଗଲା ଅଘଟଣ । ଆଉ ସୁବଦିନ ପାଇଁ ଆଖିବୁଜିଦେଲା ମା’, ପେଟରେ ଥିବା ଛୁଆ ଦେଖିପାରିଲାନି ଦୁନିଆ । କାରଣ ଏହି ୯ ମାସର ଗର୍ଭବତୀ ସ୍ତ୍ରୀକୁ ଜାଳି ମାରିଦେଇଛି ନୃଶଂସ ସ୍ୱାମୀ ।

ଏମିତି ଏକ ବିଭତ୍ସ ହତ୍ୟା ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମରେ । ଯେଉଁଠାରେ ହୃଷିକେଶ ବେହେରା ନାମକ ଜଣେ ଯୁବକ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ କିରୋସିନ ଢ଼ାଳି ହତ୍ୟା କରିଛନ୍ତି । ଝିଅର ବାପଘର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଶବରଖି ଅଭିଯୁକ୍ତକୁ ଧରିବା ପାଇଁ ପୋଲିସକୁ ଦାବି ଜଣାଇଥିଲେ । ବଂଶଡା ଥାନା ଅଧିକାରୀ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ ଏବଂ ଅଭିଯୋଗର ୧୨ ଘଣ୍ଟା ନ ପୁରୁଣୁ ଅଭିଯୁକ୍ତ ସ୍ୱାମୀ ହୃଷିକେଶ ବେହେରାଙ୍କୁ ବଂଶଡା ଥାନା ଅଧିକାରୀ ମହମ୍ମଦ ହାଫିଜ ଏବଂ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଗିରଫ କରିଛନ୍ତି  ।

ଅଭିଯୁକ୍ତ ସ୍ୱାମୀର ଦୁଇହାତ ପୋଡ଼ି ଯାଇଥିବାରୁ ପୋଲିସ ମେଡିକାଲ ଚିକିତ୍ସା ପାଇଁ ମେଡିକାଲ ପଠାଇିଛି । ସେପଟେ ଏହି କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନାହାନ୍ତି ମୃତ ଝିଅ ଘର ଲୋକେ ଅନ୍ୟ ଯେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking