27.1 C
Bhubaneswar
Friday, March 29, 2024
Homeଅପରାଧଶ୍ୱଶୁର ଘରକୁ ବାହାଘରରେ ଆସି ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

ଶ୍ୱଶୁର ଘରକୁ ବାହାଘରରେ ଆସି ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

ଭଦ୍ରକ: ପରକୀୟା ପ୍ରୀତି ସନ୍ଦେହରେ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀର ହତ୍ୟାକାରୀ ପାଲଟିଗଲା ସ୍ୱାମୀ । ସାତ ଜନ୍ମର ସାଥି ହେବାକୁ କଥା ଦେଇଥିବା ସ୍ୱାମୀ ଗୋଟିଏ ଜନ୍ମରେ ବି ସାଥି ହୋଇପାରିଲାନାହିଁ । ତକିଆରେ ଶ୍ୱାସ ରୁଦ୍ଧ କରିବା ପରେ ଛୁରୀରେ ବେକ କାଟି ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବନ୍ତ ବ୍ଳକ ଆଗଡପଡା ଅଞ୍ଚଳରେ । ସ୍ତ୍ରୀକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ମୃତ ମହିଳା ହେଉଛନ୍ତି କନକଲତା ସିଂ । ଶାଳକର ବାହାଘରକୁ ଯୋଗ ଦେବାକୁ ଆସି ଏପରିକାଣ୍ଡ ଭିଆଇଥିଲା ସଇତାନ ସ୍ୱାମୀ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ରବୀନ୍ଦ୍ର ସିଂଙ୍କ ଓ କନକଲତାଙ୍କ ବିବାହକୁ ୧୪ ବର୍ଷ ପୂର୍ବେ ବିବାହ କରିଥିଲେ । ଭାଇ ବାହାଘର ପାଇଁ କନକଲତା ତାଙ୍କ ଦୁଇ ପୁଅ ବିଟିପୁର ପଞ୍ଚାୟତର ହଜାରୀସାହିରେ ଗତ ତିନି ମାସ ହେଲା ରହି ଆସୁଥିଲେ ।

ସ୍ୱାମୀ ରବୀନ୍ଦ୍ର ଶାଳକର ବାହାଘରରେ ସାମିଲ ହେବାକୁ ଆସି ଗତ ଏକ ମାସ ହେଲା ଶ୍ୱଶୁର ଘରେ ରହୁଥିଲା । ଗୁରୁବାର ସକାଳେ ରବୀନ୍ଦ୍ର ଘରେ ନଥିବା ବେଳେ କନକଲତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ପୋଲିସକୁ ଖବର ଦେଇଥିଲେ ମୃତ ମହିଳାଙ୍କ ପରିବାର ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ସ୍ତ୍ରୀକୁ ହତ୍ୟା କରି ଘଟଣାସ୍ଥଳରେୁ ଫେରାର ହୋଇଯାଇଥିଲା ରବୀନ୍ଦ୍ର । ଗ୍ରାମରେ ଲୁଚିଥିବା ବେଳେ ନିଜେ ଆସି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ଏହାପରେ ନିଜେ ହତ୍ୟା କରିଥିବା ପୋଲିକୁ କହିଥିଲା । ପ୍ରଥମେ ତକିଆରେ ମୁହଁକୁ ଚାପି ଶ୍ୱାସରୁଦ୍ଧ କରିବା ପରେ ଛୁରୀରେ ବେକ କାଟି ହତ୍ୟା କରିଥିବା ପୋଲିସକୁ କହିଥିଲା ରବୀନ୍ଦ୍ର ସିଂ । ପୋଲିସ ହତ୍ୟାକାଣ୍ଡ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking