27.1 C
Bhubaneswar
Thursday, April 25, 2024
Homeଓଡିଶାଜଳିଲା ଘର, ଜଳିଗଲା ଶିଶୁକନ୍ୟା

ଜଳିଲା ଘର, ଜଳିଗଲା ଶିଶୁକନ୍ୟା

ମୟୁରଭଞ୍ଜ : ଭୋ ଭୋ ହୋଇ କାନ୍ଦୁଛି ମା’ ନିଜ ୨ ମାସର ଶିଶୁ କନ୍ୟାକୁ ହରାଇବା ପରେ ନିଜ କୋହ ସମ୍ଭାଳି ପାରୁନି ଆଉ ମା’ । ସର୍ବସ୍ୱ ହରାଇ ହତବାକ ହୋଇ ଯାଇଛନ୍ତି ବାପା । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଣ୍ଡାର ଗାଁରେ । ଶୋଇଥିବା ବେଳେ ଘରେ ଲାଗିଲା ନିଆଁ ଏଥିରେ ଜଣେ ୨ ମାସର ଶିଶୁକନ୍ୟାର ମୃତ୍ୟ ହେଇଯାଇଛି । ଘର ମଧ୍ୟ ନିଆଁରେ ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ୨ ମାସର ଶିଶୁ କନ୍ୟା ଶିବାନୀ ମହାକୁଡ଼ଙ୍କୁ ତାଙ୍କ ମା’ ଘରର ଚୁଲି ପାଖରେ ଥିବା ଖଟ ଉପରେ ଶୋଆଇ ଦେଇ ନିଜ କାମ ରେ ବ୍ୟସ୍ତ ହେଇଯାଇଥିଲେ । ଏହି ସମୟରେ ଚୁଲିରେ ସାମାନ୍ୟ ନିଆଁ ରହିଥିଲା । ହେଲେ ଝିଅ ଖଟରେ ଶୋଇଥିବାରୁ ମା’ ଓ ବାପା ଅଚିନ୍ତାରେ ନିଜ ନିଜ କାମକୁ ଚାଲି ଯାଇଥିଲେ । ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି । କାମର ବ୍ୟସ୍ତତା ମଝିରେ ଆଉ ସେ ଝିଅ କଥା କୁ ଧ୍ୟାନ ଦେଇ ନଥିଲେ ।

ଘରେ କେହି ନଥିବା ବେଳେ ହଠାତ୍ ଅପରାହ୍ନ ପ୍ରାୟ ୩.୩୦ଟା ବେଳେ ଏହି ଅଘଟଣ ଘଟିଥିଲା । ଚୁଲିର ନିଆଁ ପବନରେ ଉଡ଼ି ପ୍ରଥମେ ସେଠାରେ ରଖା ଯାଇଥିବା ଶୁଖିଲା କାଠ ସଂସ୍ପର୍ଶରେ ଆସିଥିଲା । ଫଳରେ କାଠରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ଶିବାନୀ ଶୋଇଥିବା ଖଟ ସହ ପୂରା ଘରକୁ ବ୍ୟାପି ଯାଇଥିଲା । ଘର ଜଳୁଥିବା ଥିବା ଦେଖି ପଡ଼ୋଶୀମାନେ ଶିବାନୀଙ୍କ ବାପା ମା’ଙ୍କୁ ଖବର ଦେଇଥିଲେ । ଏଥିସହ କପ୍ତିପଦା ଅଗ୍ନିଶମ ବାହିନୀକୁ ମଧ୍ୟ ଡାକି ଥିଲେ । ଅଗ୍ନିଶମ ବାହିନୀ ଓ ଗାଁ ଲୋକ ନିଆଁ ଆୟତ୍ତ କରିବା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ନିଆଁରେ ପୋଡ଼ି ହୋଇ ଶିବାନୀ ପ୍ରାଣ ହରାଇଥିବା ବେଳେ ଘର ମଧ୍ୟ ସଂପୂର୍ଣ୍ଣ ପାଉଁଶରେ ପରିଣତ ହୋଇ ସାରିଥିଲା । ଦିନ ମଜୁରିଆ ଭାବେ କାମ କରୁଥିବା ଶିବାନୀଙ୍କ ବାପା ମା’ ଏବେ ସର୍ବସ୍ୱ ହରାଇ ହତବାକ ହୋଇ ଯାଇଛନ୍ତି । ପରିଶ୍ରମ କରି ଘରେ ଯାହା ବି ରଖିଥିଲେ ସେସବୁ ନିଆଁରେ ପୋଡ଼ି ଯାଇଛି। ସେହିପରି ତାଙ୍କ ଝିଅ ମଧ୍ୟ ସବୁଦିନ ପାଇଁ ସେମାନଙ୍କୁ ଛାଡ଼ି ଚାଲି ଯାଇଛି । ଏହି ଘଟଣା ପୂରା ଗାଁରେ ଶୋକରଚ୍ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking