33.1 C
Bhubaneswar
Wednesday, April 24, 2024
Homeକରୋନାମିଳିତ ଗବେଷଣା ରିପୋର୍ଟ : ନୂଆ କରୋନା ଭାଇରସର ହଟ୍‌ସ୍ପଟ୍ ହେବ ଚୀନ୍‌, ଜାପାନ ଓ...

ମିଳିତ ଗବେଷଣା ରିପୋର୍ଟ : ନୂଆ କରୋନା ଭାଇରସର ହଟ୍‌ସ୍ପଟ୍ ହେବ ଚୀନ୍‌, ଜାପାନ ଓ ଫିଲିପାଇନ୍ସ

ନ୍ୟୁୟର୍କ : ସମଗ୍ର ବିଶ୍ୱରେ କରୋନା ମହାମାରୀର ତାଣ୍ଡବ ଲାଗି ରହିଥିଲାବେଳେ ଆମେରିକାରର ବୈଜ୍ଞାନିକମାନେ ଏହି ସଂକ୍ରମଣର ସମ୍ଭାବ୍ୟ ହଟ୍‌ସ୍ପଟ୍ ଠାବ କରିଛନ୍ତି । ଆଗାମୀ ଦିନରେ ଚୀନ୍‌, ଜାପାନ, ଫିଲିପାଇନ୍ସ ଓ ଥାଇଲାଣ୍ଡ ନୂଆ କରୋନା ଭାଇରସର ହଟ୍‌ସ୍ପଟ୍ ହେବ ବୋଲି ଗବେଷକଙ୍କ ଏକ ମିଳିତ ଟିମ୍ ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ବିଶେଷକରି ବାଦୁଡ଼ି ବାହକ ହେଉଥିବା କରୋନା ଭୂତାଣୁ ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି କାଲିଫର୍ଣ୍ଣିଆ ୟୁନିଭର୍ସିଟି, ମିଲାନର ବରକ୍ଲେ ପଲିଟେକ୍‌ନିକ୍ ୟୁନିଭର୍ସିଟି ଏବଂ ନ୍ୟୁଜଲାଣ୍ଡର ମାସେ ୟୁନିଭର୍ସିଟିର ଗବେଷକମାନେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ।

ଏହି ତଥ୍ୟ ନେଚର୍ ଫୁଡ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଗବେଷଣାରୁ ଜଣାପଡ଼ିଛି ଜଙ୍ଗଲ କ୍ଷୟ, ଅଧିକ ଗୋମେଷାଦି ପଶୁପାଳନ ଉପରେ ଗୁରୁତ୍ୱ ଦିଆଯିବା ଦ୍ୱାରା ତାହା କରୋନା ଭୂତାଣୁର ବାହକ ହେବାକୁ ବାଦୁଡ଼ିଙ୍କୁ ବିଶେଷ ସହାୟକ ହେଉଛି । ତେଣୁ ବାଦୁଡ଼ିଙ୍କ ଜରିଆରେ ମଣିଷଙ୍କୁ କରୋନା ଭୂତାଣୁ ଅଧିକ ମାତ୍ରାରେ ବ୍ୟାପିବ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି । ବିଶେଷକରି ଚୀନ୍‌ରେ ଏଭଳି ଅନୁକୂଳ ପରିସ୍ଥିତି ଯୋଗୁଁ କରୋନା ସଂକ୍ରମଣର ହଟ୍‌ସ୍ପଟ୍ ହେବାକୁ ଯାଉଛି । ଜାପାନର କେତେକ ଅଞ୍ଚଳ, ଫିଲିପାଇନ୍ସର ଉତ୍ତରାଞ୍ଚଳ ଏବଂ ଚୀନ୍‌ର ଦକ୍ଷିଣ ସାଂଘାଇରେ ମାଂସର ଚାହିଦା ବଢ଼ୁଥିବାରୁ ସେଠାରେ ଗୋମେଷାଦି ସଂଖ୍ୟା ବୃଦ୍ଧି କରିବାକୁ ଅଧିକ ଧ୍ୟାନ ଦିଆଯାଉଛି । ଏହା ହିଁ ବାଦୁଡ଼ିଙ୍କ ଦ୍ୱାରା କରୋନା ଭୂତାଣୁ ବ୍ୟାପିବାର ପ୍ରମୁଖ କାରଣ ହେବ ବୋଲି ଗବେଷକ ଦଳ ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଅଧିକ ମାତ୍ରାରେ ଜମିର ଉପଯୋଗ ଯୋଗୁଁ ପରିବେଶ ମଧ୍ୟ ପ୍ରଭାବିତ ହେଉଛି ।

ଏଥିଯୋଗୁଁ ପଶୁପକ୍ଷୀଙ୍କ ଠାରୁ ମଣିଷକୁ ବିଭିନ୍ନ ରୋଗ ସଂକ୍ରମିତ ହେଉଛି । ୟୁସି ବରକ୍ଲେ ପରିବେଶ ବିଜ୍ଞାନର ପ୍ରଫେସର ପି ଡି ଓଡ୍ରିଓକ୍ ଏଭଳି ମତ ଦେଇଛନ୍ତି । ଯେଉଁ ସାର୍ସ-କୋଭ୍‌-୨ ଭୂତାଣୁ ଯୋଗୁଁ କୋଭିଡ୍‌-୧୯ର ସଂକ୍ରମଣ ଦେଖାଦେଲା ତା’ର କିଭଳି ଉଦ୍ଭବ ଘଟିଲା, ଏପର୍ଯ୍ୟନ୍ତ ତାହା ଅସ୍ପଷ୍ଟ ହୋଇ ରହିଛି । ହୁଏତ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ବାଦୁଡ଼ି ଠାରୁ ମଣିଷକୁ ବ୍ୟାପି ଥାଇପାରେ କିମ୍ବା ବନ୍ୟଜନ୍ତୁ ଠାରୁ ଆସିଥାଇପାରେ ବୋଲି ଏବେ ବି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking