40.1 C
Bhubaneswar
Thursday, April 25, 2024
Homeଅପରାଧଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହିରେ ଥିବା ଏକ ଦୁଇ ମହଲା କୋଠାରୁ ପୁଲିସ ଜଣେ ଯୁବତୀଙ୍କ ମୃତ୍ୟୁ ଦେହ ଜବତ କରିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ପୁରୀ କାକଟପୁର ଅଞ୍ଚଳର ମାମାଲି ସାହୁ(୨୩) ବୋଲି ପୁଲିସ କହିଛି । ସେ ଏକ ଘରୋଇ ହସ୍ପିଟାଲରେ କାମକାରୁଥିବା ଜଣାପଡ଼ିଛି । ଖବରପାଇ ପୁଲିସ ଓ ସାଇନଣ୍ଟଫିକ୍ ଟିମ୍ ପହଞ୍ଚି ମାମଲିଙ୍କ ମୃତ ଦେହ ଜବତ କରିଛି । ଏହା ସହ ଘଟଣା ସ୍ଥଳରୁ ଏକ ସୁଇସାଇଟ୍ ନୋଟ୍ ସହ ଏକ ମୋବାଇଲ ଜବତ କରିଛି ।

ଜବତ ସୁଇସାଇଟ୍ ନୋଟରେ କ’ଣ ଲେଖା ହୋଇଛି ଓ ମୋବାଇଲର କଲ ରେକର୍ଡ ଏବଂ ଚାଟିଂକୁ ପୁଲିସ ଯାଞ୍ଚ କରିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମାମାଲିଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଗୋଳପଲ୍ଲୀ ସାହି ସ୍ଥିତ ଦୁଇ ମହଲା ବିଶିଷ୍ଠ ଏକ କୋଠର ଉପରେ ଘରେ ମାମାଲୀଙ୍କ ୪ ଜଣ ସହଯୋଗୀଙ୍କ ରହୁଥିଲେ । ଗତ କାଲି ମାମାଲୀ ଓ ସହଯୋଗୀମାନେ କାମ କରୁଥିବା ଘରୋଇ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ମାମାଲୀ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ଯୋଗୁଁ ସେ ପୂର୍ବାହ୍ନ ୨ଟା ବେଳେ ରୁମକୁ ଆସିଯାଇଥିଲେ ।

ରାତ୍ର ସାଢେ ୭ଟା ସମୟରେ ତାଙ୍କାର କିଛି ସହଯୋଗୀ ରୁମକୁ ଆସିଥିବା ବେଳେ କବାଟ ଭିତର ପଟୁ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲୁନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏ ନେଇ ସେ ବୈଦ୍ୟନାଥପୁର ପୁଲିସକୁ ଖବର ଦେଇଥିବା ବେଳେ ପୁଲିସ ପହଞ୍ଚି କାବଟ ଖୋଲିଥିଲା । ମାମାଲିଙ୍କ ମୃତ ଫ୍ୟାନ୍‌ରେ ଝୁଲୁଥିବା ପୁଲିସ ଦେଖିବାକୁ ପାଇଥିଲା । ପରେ ମାମାଲିଙ୍କ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking