33.1 C
Bhubaneswar
Thursday, April 25, 2024
Homeଓଡିଶାଗୁଣୁପୁର ରେଳ ଷ୍ଟେସନ ଭିତ୍ତିଭୂମି ପରିଦର୍ଶନ କଲେ ନିରାପତ୍ତା କମିଶନ ଓ ରେଳବାଇ ମ୍ୟାନେଜର

ଗୁଣୁପୁର ରେଳ ଷ୍ଟେସନ ଭିତ୍ତିଭୂମି ପରିଦର୍ଶନ କଲେ ନିରାପତ୍ତା କମିଶନ ଓ ରେଳବାଇ ମ୍ୟାନେଜର

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଶତାୟୁ ତଥା ଐତିହାସିକ ନୌପଡା ଗୁଣୁପୁର ରେଳ ଷ୍ଟେସନ ଭିତ୍ତିଭୂମି ପରିଦର୍ଶନ କରିଛନ୍ତି ରେଳବାଇ ନିରାପତ୍ତା କମିଶନ ଅଭଲ କୁମାର ରାୟ ଓ ୟଲଟିୟର ଡିଭିଜନ ରେଳବାଇ ମ୍ୟାନେଜର ଚେତନ କୁମାର ଶ୍ରୀବାସ୍ତବ । ଆଜି ଗୁଣୁପୁର ଠାରେ ପହଞ୍ଚି ରେଳପଥର ବୈଦୁତିକ କରଣ, ପ୍ଲାଟଫର୍ମ ସ୍ଥିତି, ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା, ଯାତ୍ରୀ ପ୍ରତିକ୍ଷାଳୟ, ଯାନବାହନ ପାର୍କିଂ, ଫୁଟ ଓଭର ବ୍ରିଜ ପ୍ରଭୃତି ଭିତ୍ତିଭୂମି ର ଯାଞ୍ଚ କରିଥିଲେ । ଇତି ମଧ୍ୟରେ ପାରଳାଖେମୁଣ୍ଡି ଗୁଣୁପୁର ରେଳପଥର ବିଦ୍ୟୁତ କରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଖୁବ ଶୀଘ୍ର ଏହି ପଥରେ ବିଦ୍ୟୁତ ଇଞ୍ଜିନ ସହ ମେମୁ ପାସେଞ୍ଜର ଚଳାଚଳ କରିବ ବୋଲି ସେ କହିଛନ୍ତି । ଅଞ୍ଚଳ ବାସୀଙ୍କ ଦାବି ଗରୀବ ରଥ, କଟକ ପଲାସା, ପାରାଦୀପ, ଭୁବନେଶ୍ୱର ପଲାସା ପାସେଞ୍ଜେର ଟ୍ରେନ କୁ ଗୁଣୁପୁର ଯାଏଁ ସମ୍ପ୍ରସାରଣ କରିବା ଦାବି କୁ ବିଚାରକୁ ନିଆଯିବ ବୋଲି ସୂଚନା ଦେଇଥିଲେ । ଏହି ଗସ୍ତ ଅବସରରେ ଗୁଣୁପୁର ପ୍ରେସ କ୍ଲବ ଓ ନାଗରିକ ଙ୍କ ତରଫରୁ ବିଭିନ୍ନ ଭିତ୍ତିଭୂମି ବିକାଶ ଓ ଅଧିକ ଟ୍ରେନ ଚଳାଚଳ, ଗୁଣୁପୁର ଥେରୁବାଲି ରେଳପଥ ନିର୍ମାଣ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
https://onakhabar.com/2020/03/16/the-nilachal-steel-corporations-strike-the-movement-spread-to-the-district/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking