31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହାତଗଣ୍ଠି ପଡିବା ଆଗରୁ ବେଦୀରୁ ବର ଫେରାର, କାରଣ କ’ଣ ଜାଣନ୍ତୁ....

ହାତଗଣ୍ଠି ପଡିବା ଆଗରୁ ବେଦୀରୁ ବର ଫେରାର, କାରଣ କ’ଣ ଜାଣନ୍ତୁ….

ଲକ୍ଷ୍ନୌ: ବେଦୀରେ ବସିଥିଲେ କନ୍ୟା । ବରଯାତ୍ରୀ ସହ ଧୁମଧାମରେ ବିବାହ ପାଇଁ ଆସିଲେ ବର । ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଚାଲିଥିଲା । ମନ୍ତ୍ରୋପଚାରଣ କରୁଥିଲେ ବ୍ରାହ୍ମଣ । ହେଲେ ହାତଗଣ୍ଠି ପଡିବା ପୂର୍ବରୁ ହଠାତ୍ ବେଦୀ ଛାଡି ଚାଲିଗଲେ ବର । କାରଣ ବିବାହ ପ୍ରୋସେସନ ପାଇଁ ଆସିଥିବା ବ୍ରାସ ବ୍ୟାଣ୍ଡ ପାର୍ଟିର ଟଙ୍କା କିଏ ଦେବ ତାହାକୁ ନେଇ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ବର ରାଗିଯାଇ ବିବାହ ଅଧାରୁ ପଳାଇ ଯାଇଥିବାର ଜଣାପଡିଛି ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହରନପୁରରେ । ସୂଚନା ଅନୁଯାୟୀ, ବର ଫାରୁଖାବାଦ କପିଲ ଅଞ୍ଚଳରୁ ବିବାହ ପାଇଁ ମିର୍ଜାପୁର ଆସିଥିଲେ । ବରଯାତ୍ରୀ ଭୋଜିଭାତ ଖାଇ ବିବାହ କାର୍ଯ୍ୟରେ ସାମିଲ ହୋଇଥିଲେ । ବେଦୀ ଉପରେ ରୀତିନୀତି ଅନୁସାରେ ବିବାହ ଚାଲିଥିଲା । ସେହି ସମୟରେ ବିବାହ ପ୍ରୋସେସନରେ ଆସିଥିବା ବ୍ରାସ ବ୍ୟାଣ୍ଡ ପାର୍ଟି ବରପକ୍ଷକୁ ଟଙ୍କା ମାଗିଥିଲା ।

ହେଲେ ସେମାନେ କନ୍ୟାପକ୍ଷକୁ ଏହି ଟଙ୍କା ମାଗିବାକୁ କହିଥିଲେ । କିନ୍ତୁ ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲେ କନ୍ୟାପକ୍ଷ । ଏଥିରୁ ହିଁ ଦୁଇପକ୍ଷ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏଥିରେ ବର ରାଗିଯାଇ ବେକରେ ପକାଇଥିବା ହାର ଫିଙ୍ଗି ବେଦୀ ଛାଡି ପଳାଇ ଯାଇଥିଲା । ସେପଟେ କନ୍ୟାପକ୍ଷ ମଧ୍ୟ ବରପକ୍ଷ ସହ ସବୁ ସମ୍ପର୍କ ଭାଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking