39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଟଙ୍କା ଲୋଭ ଉଜାଡି ଦେଲା ସୁନା ସଂସାର

ଟଙ୍କା ଲୋଭ ଉଜାଡି ଦେଲା ସୁନା ସଂସାର

ହାଇଦ୍ରାବାଦ: ଟଙ୍କା ଲୋଭ ଉଜାଡି ଦେଲା ସୁନା ସଂସାର । ବିବାହର ୧୫ ଦିନ ପରେ ସ୍ୱାମୀଙ୍କଠାରୁ ୬.୫ କୋଟି ଲୁଟି ନେଇ ଫେରାର ହୋଇଗଲେ ସ୍ତ୍ରୀ । ହାଇଦ୍ରାବାଦରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ରୀନା ଗୋର୍ଲ ନାମକ ଜଣେ ଯୁବତୀ ମାଟ୍ରିମୋନି କାର୍ଯ୍ୟାଳୟରେ କାମ କରୁଥିଲେ । ଏହି ସମୟରେ ରବି କୁମାର ତାଗରମ ନାମକ ଜଣେ ଯୁବକ ଦୀର୍ଘ ଦୁଇ ବର୍ଷ ହେଲା ବିବାହ ପାଇଁ ଝିଅ ଖୋଜୁଥିଲେ । ରବି ବିବାହ ପାଇଁ ମାଟ୍ରିମୋନିର ସହାୟତା ନେଇଥିଲେ । ସାଇଟରେ ପ୍ରୋଫାଇଲ ଦେଖି ରୀନା ତାଙ୍କ ବିଷୟରେ ଜାଣିବାକୁ ପାଇଲେ। ରବି ଜଣେ ଧନୀ ବ୍ୟକ୍ତି ଜାଣିବାକୁ ପାଇଁ ତାଙ୍କୁ ବିବାହ କରିବାକୁ ଯୋଜନା କଲେ ଏବଂ ବନ୍ଧୁତା ଆରମ୍ଭ କଲେ ।

ରବିଙ୍କୁ ବିବାହ ପ୍ରସ୍ତାବ ଦେବାପରେ ଗତ ଫେବୃୟାରୀ ୨୦୨୨ରେ ଉଭୟଙ୍କ ବିବାହ ହୋଇଥିଲା । ରୀନା ବିବାହ ପୂର୍ବରୁ ରବିଙ୍କ ମାଧ୍ୟମରେ ଏକ କମ୍ପାନୀରେ ୬.୫ କୋଟି ଟଙ୍କା ବିନିଯୋଗ କରିଥିଲେ । ବିବାହ ପରେ ରବି ଯେତେବେଳେ ତାଙ୍କୁ ଟଙ୍କା ବିଷୟରେ ପଚାରିଥିଲେ ସେତେବେଳେ କିଛି ଲୋକ ଲଗାଇ ଉପରେ ଆକ୍ରମଣ କରିଥିଲେ । ଏହାପରେ ବିବାହର ମାତ୍ର ୧୫ ଦିନ ପରେ ସେ ଘରଛାଡ଼ି ଫେରାର ହୋଇଯାଇଥିଲେ । ଏନେଇ ରବିଙ୍କ ଭଉଣୀ ରୀନାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିବା ପରେ ରୀନାଙ୍କୁ ହେପାଜତରେ ଆଣିଥିଲା । ପଚରାଉଚରା ପରେ ଏହି ଘଟଣାରେ ଅନେକ ସାମିଲ ଥିବା ଜଣାପଡ଼ିଥିଲା । ତେବେ କେତେକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking