34.1 C
Bhubaneswar
Friday, March 29, 2024
Homeଓଡିଶାଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର

ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର

ଯାଜପୁର : ଯାଜପୁର ଜିଲାର ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ରହୁଥିବା ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ଏକ ବୈଠକ ଯାଜପୁର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଯାଜପୁର ପୌରାଂଚଳର ୨୨ ଜଣ ଏବଂ ବ୍ୟାସନଗର ପୌରାଂଚଳର ୨୦୨୪ ଜଣଙ୍କ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଏଥିପାଇଁ ଆସନ୍ତା ୫ ତାରିଖରେ ସମସ୍ତ ଭୂମିହୀନ ମାନଙ୍କୁ ସେମାନଙ୍କର ସାର୍ଟିପିଂକେଟ ପ୍ରଦାନ କରାଯିବ ବୋଲି ଯାଜପୁର ର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକ ସୂଚନା ଦେଇଛନ୍ତି । ଏହି ସାର୍ଟିପିଂକେଟ ପାଇଁ କୌଣସି ବ୍ୟକ୍ତି ବା ଅଧିକାରୀଙ୍କୁ କୌଣସି ଉତ୍କୋଚ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି,ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
https://onakhabar.com/2020/03/03/ims-sum-hospital-students-hold-rally-on-coronavirus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking