26.1 C
Bhubaneswar
Friday, March 29, 2024
Homeଓଡିଶାଅନାଥଙ୍କ ଶିକ୍ଷା ଖର୍ଚ୍ଚ ଦେବେ ସରକାର

ଅନାଥଙ୍କ ଶିକ୍ଷା ଖର୍ଚ୍ଚ ଦେବେ ସରକାର

ଭୁବନେଶ୍ୱର: କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ସରକାର । ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ । ସେମାନଙ୍କ ମେଡିକାଲ ବା ଇଂଜିନିୟରି ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ । ଏମିତିକି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ । ଏବେ ଅନାଥ ଶିଶୁଙ୍କୁ ୨ ହଜାର ଭତ୍ତା ମିଳୁଛି । କରୋନା ଅନାଥଙ୍କୁ ବି ଦେବା ଯୋଜନା ରହିଛି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପଦେଷ୍ଟା ସୁଲତା ଦେଓ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ , ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।  ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ ରହିଥିବା ବେଳେ ୫୫ ହଜାର ୯୨୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଅନୁଗୁଳରୁ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକ- ୨୦୯, ବଲାଙ୍ଗିର- ୫୩, ବୌଦ୍ଧ- ୫୪, କଟକ- ୪୮୦, ଦେବଗଡ଼- ୨୬, ଢେଙ୍କାନାଳ- ୧୪୪, ଗଜପତି- ୩୬, ଗଂଜାମ- ୨୯, ଜଗତସିଂହପୁର- ୧୪୩, ଯାଜପୁର- ୨୦୭, ଝାରସୁଗୁଡ଼ା- ୧୩, କଳାହାଣ୍ଡି -୬୨, କନ୍ଧମାଳ- ୬୨, କେନ୍ଦ୍ରାପଡ଼ା- ୧୮୧, କେନ୍ଦୁଝର- ୯୬, ଖୋର୍ଦ୍ଧା- ୭୦୦, କୋରାପୁଟ- ୬୫, ମାଲକାନଗିରି- ୫୦, ମୟୂରଭଂଜ- ୧୫୮, ନବରଙ୍ଗପୁର- ୭୮, ନୟାଗଡ଼- ୧୪୯, ନୂଆପଡ଼ା- ୧୪, ପୁରୀ- ୨୫୫, ରାୟଗଡ଼ା- ୬୪, ସମ୍ବଲପୁର- ୫୪, ସୁବର୍ଣ୍ଣପୁର- ୮୪ ଓ ସୁନ୍ଦରଗଡ଼- ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଷ୍ଟେଟପୁଲରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୬୮,୫୩୫ ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking