31.1 C
Bhubaneswar
Friday, March 29, 2024
Homeଓଡିଶାଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ  : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲ ମଝିରୁ ଏକ ଅଜଣା ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ କେହି ହତ୍ୟା କରି ଜଙ୍ଗଲରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ବୁଧବାର ଦିନ ପ୍ରାୟ ୧୨ ଟା ସମୟରେ ପାଖ ଗ୍ରାମର କିଛି ମହିଳା ଶାଳପତ୍ର ତୋଳିବା ପାଇଁ ଖଣ୍ଡବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ।

ଜଙ୍ଗଲରେ ଏକ ୨୨/୨୫ ବର୍ଷ ଯୁବତୀର ଶବ ପଡ଼ିଥିବାର ଦେଖି ଠାକୁରମୁଣ୍ଡା ପୁଲିସକୁ ଜଣାଇଥିଲେ । ସାଙ୍ଗେ ସାଙ୍ଗେ କରଞ୍ଜିଆ ଏସ୍‌ଡିପିଓ ଏବଂ ଠାକୁରମୁଣ୍ଡା ଥାନା ଅଧିକାରିଣୀ ପ୍ରେମଦା ନାଏକ ଟିମ୍‌କୁ ନେଇ ଘଟଣାସ୍ଥଳରେ ପହଞ୍ôଚଥିଲେ । ଘଟଣା ସ୍ଥଳରେ ପଚରାଉଚରା କରିବା ପରେ ମଧ୍ୟ ଯୁବତୀର ପରିଚୟ ନ ମିଳିବାରୁ ଥାନା ଅଧିକାରିଣୀ ସାଇଣ୍ଟିଫିକ ଟିମ୍‌କୁ ଖବର ଦେଇ ଶବକୁ ଜବତ କରିବାସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ତେବେ ଅପରାହ୍ନ ପ୍ରାୟ ୪ଟା ବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ଠାକୁରମୁଣ୍ଡା ପୂଲିସ ଶବକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ । ଠାକୁରମୁଣ୍ଡା ପୁଲିସ ଏକ ହତ୍ୟାଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking