34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ରେମିକ ସହ ସାରା ଜୀବନ ରହିବା ପାଇଁ ପ୍ରେମିକା ନେଲା ଏଭଳି ନିଷ୍ପତ୍ତି....

ପ୍ରେମିକ ସହ ସାରା ଜୀବନ ରହିବା ପାଇଁ ପ୍ରେମିକା ନେଲା ଏଭଳି ନିଷ୍ପତ୍ତି….

ଗୌହାଟୀ: ପ୍ରେମ ଅନ୍ଧ, ମାନେନି ବନ୍ଧ ବାଡ । ପ୍ରେମ ଜାତି, ଧର୍ମ, ଛୁଆଁ ଅଛୁଆଁ ଭେଦ ଭାବ ଦେଖେନି ବୋଲି ଶୁଣିଥିବେ । ହେଲେ ପ୍ରେମ ପାଇଁ କେବେ କେହି ଏଚ୍‌ଆଇଭି ଭଳି ଦୂରାରୋଗ୍ୟ ଭୂତାଣୁକୁ ଜାଣି ଜାଣି ନିଜ ଶରୀରରେ ପ୍ରବେଶ କରାଇବା ଶୁଣିନଥିବେ । ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ସାରା ଜୀବନ ରହିବା ପାଇଁ ଏପରି ଏକ ବିସ୍ମୟକର ପଦକ୍ଷେପ ନେଇଛନ୍ତି ଆସାମର ଜଣେ ଦଶମ ଶ୍ରେଣୀ ଛାତ୍ରୀ । ସୂଚନା ଅନୁଯାୟୀ, ଆସାମର ଜଣେ ୧୬ ବର୍ଷୀୟା ନାବାଳିକା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଭଲପାଉଥିଲେ । ତାଙ୍କ ସହ ୩ ଥର ଘରୁ ଫେରାର୍ ମଧ୍ୟ ହୋଇ ଯାଇଥିଲେ । ମାତ୍ର ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ସମ୍ପୃକ୍ତ ଯୁବକଙ୍କୁ ଏଡ୍‌ସ ହୋଇଥିବା ଜାଣି ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ପରିବାର ଲୋକେ । ଏଥିସହ ଯୁବକଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ଯୁବକଙ୍କୁ ଗିରଫ କରିବା ପରେ ନାବାଳିକା ଜଣକ ଏପରି ପଦକ୍ଷେପ ନେଇଛନ୍ତି । ଜଣେ ଏଚ୍‌ଆଇଭି ରୋଗୀଙ୍କ ବ୍ଲଡକୁ ନିଜ ଶରୀରରେ ଅନଃକ୍ଷେପଣ କରିଛନ୍ତି ନାବାଳିକା । ଏଥିସହ ଥାନାରେ ପହଞ୍ଚି ତାଙ୍କ ପ୍ରେମିକ ନିର୍ଦ୍ଦୋଶ ତାଙ୍କର କୌଣସି ଭୁଲ୍ ନାହିଁ ବୋଲି ଯୁକ୍ତି ବାଢିଛନ୍ତି । ଖବର ଅନୁଯାୟୀ, ସମ୍ପୃକ୍ତ ନାବାଳିକାଙ୍କୁ ମଧ୍ୟ ଏଚ୍‌ଆଇଭି ସଂକ୍ରମିତ କରି ସାରିଥିବା ସ୍ପଷ୍ଟ ହୋଇଛି । ସେ ବର୍ତ୍ତମାନ ଏଚ୍‌ଆଇଭି ସଂକ୍ରମିତି ତେଣୁ ତାଙ୍କୁ ପ୍ରେମିକ ସହ ରହିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି । ଏପରି ଏକ ଘଟଣା ଅନେକଙ୍କ ମନରେ ଆନ୍ଦୋଳନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking