30.1 C
Bhubaneswar
Wednesday, April 24, 2024
Homeଅପରାଧଝିଅକୁ ଦୁର୍ବ୍ୟବହାର, ବାପାର ଗୁଳିମାଡ଼ରେ ଯୁବକ ମୃତ

ଝିଅକୁ ଦୁର୍ବ୍ୟବହାର, ବାପାର ଗୁଳିମାଡ଼ରେ ଯୁବକ ମୃତ

ଗଞ୍ଜାମ : ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ରାମ୍ପୁଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଝିଅକୁ ଜନୈକ ଯୁବକ ଦୁର୍ବ୍ୟବହାର କରିବାରୁ ଝିଅର ବାପା ସଂପୃକ୍ତ ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ରାମ୍ପୁଡି ଗ୍ରାମର କାର୍ତ୍ତିକ ଶବର (୨୫) ବୋଲି ଜଣାପଡିଛି । ଏନେଇ କାର୍ତ୍ତିକଙ୍କ ସ୍ତ୍ରୀ ପମିତା ଶବର ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲସରା ଥାନା ଅଧିକାରୀଙ୍କ ସୂଚନା ପ୍ରକାରେ ଗତକାଲି ରାତିରେ ରାମ୍ପୁଡ଼ି ଗ୍ରାମର ଲଡ଼ୁ ଶବରଙ୍କ ଝିଅକୁ କାର୍ତ୍ତିକ ଶବର ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଝିଅର ବାପା ଏକ ଦେଶୀ ବନ୍ଧୁକରେ କାର୍ତ୍ତିକଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଘଟଣା ସ୍ଥଳରେ ହିଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା । ପୋଲସରା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସ୍ତ୍ରୀ ପମିତା ଶବରଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇ ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking