34.1 C
Bhubaneswar
Thursday, April 25, 2024
Homeଓଡିଶାଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ଅଳ୍ପକେ ବର୍ତ୍ତିଗଲେ ମା’-ଝିଅ

ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ବଖରା ଘର, ଅଳ୍ପକେ ବର୍ତ୍ତିଗଲେ ମା’-ଝିଅ

ଗଞ୍ଜାମ : ଗ୍ୟାସ ଟାଙ୍କି ଫାଟି ଜଳି ଗଲା ୫ବଖରା ଘର । ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର । ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଗଲେ ମା’ ଓ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମାଣିକପୁର ଗ୍ରାମରେ । ସୂଚନା ଅନୁଯାୟୀ, ମାଣିକପୁର ଗାଁର ଲାଲୁ ସିଂଙ୍କ ଘରେ ତାଙ୍କ ସ୍ତ୍ରୀ କନକ ସିଂ ଏବଂ ତାଙ୍କ ଝିଅ ଥିବା ସମୟରେ କୌଣସି କାରଣ ବଶତଃ ବ୍ୟବହାର ହେଉଥିବା ଗ୍ୟାସ ଟାଙ୍କି ଫୁଟି ଯାଇଥିଲା । ଗ୍ୟାସ ବିସ୍ପୋରଣର ପ୍ରଭାବ ଏତେ ପ୍ରଚଣ୍ଡ ଥିଲା ଯେ ଘରର ଆଜବେସ୍ଟସ ଉଡେଇ ନେଇଥିଲା । ବିସ୍ପୋରଣ ପରେ ନିଆଁ ଲାଗି ଘରେ ଥିବା ଆସବାବପତ୍ର ଜଳିବା ସହ ୫ବଖରା ଘର ଜଳି ଯାଇଛି । ଏତେବଡ ଅଘଟଣ ପରେ ଘରେ ଥିବା ମାଆ ଏବଂ ଝିଅ ବାହାରକୁ ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ନିଆଁ ଆୟତ ହେବା ପୂର୍ବରୁ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇ ଯାଇଛି । ତେବେ କେଉଁ କାରଣରୁ ଗ୍ୟାସ ଟ୍ୟାଙ୍କରଟି ବିସ୍ପୋରଣ ହେଲା, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସର୍ଟସର୍କିଟ ଯୋଗୁ ଗ୍ୟାସ ପାଇପ ରେ ନିଆଁ ଲାଗି ଟାଙ୍କି ବିସ୍ପୋରଣ ହୋଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking