୩୧ ତମ ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା : ପିଲା ମାନଙ୍କ କଣ୍ଠ ରେ ଅକ୍ଷୟ ସଙ୍ଗୀତ କଣ୍ଠଶିଳ୍ପୀ ‘ସ୍ମରଣୀକା ନାୟକ’ ଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୦

ଡିଜିଟାଲ ମଞ୍ଚ ରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା । ଆଜିର ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ଓଡିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ । ଶିଶୁ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାଙ୍କର ୧୮ ତମ ଶ୍ରାଦ୍ଧ ବାର୍ଷିକୀ ରେ । କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଆଜି ସନ୍ଧ୍ୟା ଅଧିବେଷନ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସର୍ବଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ୍‍, କଣ୍ଠଶିଳ୍ପୀ ବିଭୁ ଦାସ, ବନ୍ଦିତା ଦାସ, ବିଶିଷ୍ଟ ଚିତ୍ରକାର ବାଞ୍ଛାନିଧି ପଟ୍ଟନାୟକ ଆଦି ଯୋଗଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିକକ୍‍ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ରୋଟାରୀ ୟୁନିକ୍‍ ଭୁବନେଶ୍ଵର ର ଦିବ୍ୟ ରଞ୍ଜନ ଦାଶ, ସାମ୍ବାଦିକ ମାଧବା ନନ୍ଦ ବେହୁରା ପ୍ରମୁଖ ନିଜର ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପିକକ୍ ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ପିଲାଙ୍କ ଅକ୍ଷୟ ସମ୍ମାନ ର ଘୋଷଣା କରିଥିଲେ । ଏହି ସମ୍ମାନ କୁ ପିପୁଲ୍‍ସ୍‍ କଲଚରାଲ୍‍ ସେଣ୍ଟର (ପିକକ୍) ସ୍ୱର୍ଗତଃ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ରେ ୨୦୦୩ ମସିହା ରୁ ୧୮ ବର୍ଷ ରୁ କମ ବୟସର ଜଣେ କଣ୍ଠଶିଳ୍ପୀ ଙ୍କୁ ପ୍ରଦାନ କରି ଆସୁଅଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଥିଲେ ।
କଣ୍ଠଶିଳ୍ପୀ ସ୍ମରଣୀକା ନାୟକ ଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୦” ରେ ସମ୍ମାନିତ କରଯାଇଥିଲା । ପିଲାମାନେ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକ “ଯାଯାବର ମନ ମୋର”, “ସ୍ମୃ ତି ତୁମେ ଶ୍ରାବଣ”, “ଉଦାସୀ ଆଖି”, “ସେଇ ଦୀପ ଅଛି”, “ଏ ଜିବନେ ମୋ ଜିବନେ”, “ଚନ୍ଦ୍ରମାଳୀ ହସେ”, “ଚିଠି ନୁହେଁ ସେତ”, “ନିଶି ବିଜନେ”, “ଅଭିମାନୀନି ଏ”, “ଫୁର କିନା ଉଡି ଗଲା ବଣି”,”ଆରେ ଲାଜ ଲଗେ”, “ଏଇ ଯେ ବନଲତା ପାହାଡ” ଇତ୍ୟାଦି। କଣ୍ଠଶିଳ୍ପୀ ମାନେ ଥିଲେ ସ୍ମରଣିକା ନାୟକ,ୟଶ୍‍ ମହାନ୍ତି, ଆକାଂକ୍ଷା ସାହୁ, ନିର୍ବିଶେଷ ସାହୁ, ଲିପ୍‍ଶା ମିଶ୍ର, ତନୁଶ୍ରୀ ଜେନା, ରୁଦ୍ର ମାଧବ ମଣ୍ଡଳ, ଶୌର‌୍ୟ୍ୟସ୍ନତା ମିଶ୍ର,
ସିଧିଶ୍ନା ବିନ୍ଧାଣୀ, ତନୁଶ୍ରୀ ଜେନା ଓ ସାତ୍ୱିକ୍‍ ସମ୍ପର୍ଣ। ଏହି ପରିପ୍ରେକ୍ଷୀରେ ଗୀତ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କ ନାମ ମଧ୍ୟ ଘୋଷଣା କରଯାଇଥିଲା । ଆଜିର କାର‌୍ୟ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ ୟୁନିକ୍‍, ଭୁବନେଶ୍ଵର ର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା । ପିକକ୍ ର ରତ୍ନା ଦାଶ, ଶୁଶ୍ରୀ ଶୈଲାନୀ ସୁମନ, ମୋନଲିସା ପାତ୍ର, ଦେବାଶିଷ ମହାପାତ୍ର, ଧର୍ମାନନ୍ଦ ସୁନ୍ଦରରାୟ ପ୍ରମୁଖ କାର୍ଯ୍ୟକ୍ରମର
ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here