33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମ୍ୟାଲେରିଆର ପ୍ରଥମ ଟିକାକୁ ମିଳିଲା ମଞ୍ଜୁରୀ

ମ୍ୟାଲେରିଆର ପ୍ରଥମ ଟିକାକୁ ମିଳିଲା ମଞ୍ଜୁରୀ

ଜେନେଭା: ଆଫ୍ରିକାରେ ପରୀକ୍ଷଣ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବିଶ୍ୱର ପ୍ରଥମ ମ୍ୟାଲେିଆ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଟିକାର ମ୍ୟାଲେରିଆ ବିକ୍ଷରେ ଲଢ଼େଇ କ୍ଷମତା ୭୭ ପ୍ରତିଶତ ଥିବାବେଳେ ବର୍ଷେ ମଧ୍ୟରେ ୪୫୦ ଶିଶୁଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିବା ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରାଯାଇଛି । ଗ୍ଲାସ୍‌କୋସ୍ମିଥ୍‌କ୍ଲାଇନ୍ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ମାସ୍କକ୍ୱିରିକ୍ସ ନାମକ ଏହି ଟିକା ଦ୍ୱାରା ହଜାର ହଜାର ଜୀବନ ରକ୍ଷା କରାଯିବାର ସମ୍ଭାବନା ରହିଛି । ଆଫ୍ରିକାରେ ପ୍ରତିବର୍ଷ ହଜାର ହଜାର ଶିଶୁଙ୍କର ମ୍ୟାଲେରିଆରେ ମୃତ୍ୟୁ ଘଟୁଥିବା ଯୋଗୁଁ ଏହି ଟିକାର ପ୍ରଥମ ପରୀକ୍ଷଣ ସେଠାରେ କରାଯାଇଥିଲା ।

ଏହି ଟିକାର ୟୁଏନ୍‌ଓ ଦୁଇଜଣିଆ ପରାମର୍ଶଦାତା ଗ୍ରୁପ୍‌ର ସମର୍ଥନ ମିଳିବା ହୁ’ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧନୋମ ଗ୍ରେବ୍ରିୟୋସିସ୍ ଏହି ଟିକାକୁ ମଞ୍ଜୁରୀ ପ୍ରଦାନ ସମ୍ପର୍କରେ ଘୋଷଣା କରିବା ସହ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି, ଏହି ଟିକାକୁ ଆଫ୍ରିକାରେ ଆଫ୍ରିକୀୟ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ତାଙ୍କ ପାଇଁ ଆମେ ଗର୍ବିତ ।

ମ୍ୟାଲେରିଆ ରୋଗର ନିଦାନ ପାଇଁ ୮୦ ବର୍ଷ ଧରି ଉଦ୍ୟମ କରାଯାଉଥିବା ବେଳେ ପ୍ରାୟ ୬୦ ବର୍ଷ ଧରି ଟିକାର ବିକାଶ ଉପରେ ରିସର୍ଚ୍ଚ ଜାରି ରହିଛି । ଭାରତରେ ୨୦୧୬ ତୁଳନାରେ ୨୦୧୭ରେ ମ୍ୟାଲେରିଆ ମାମଲାରେ ପ୍ରାୟ ୨୭ ପ୍ରତିଶତ ହ୍ରାସ ଘଟିଥିବା ଜଣାପଡ଼ିଛି । ତେବେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏହି ରୋଗର ଅଧିକ ପ୍ରାଦୁର୍ଭାବ ରହିଛି । ଏହି ୩ ମ୍ୟାଲେରିଆ ପ୍ରଭାବିତ ରାଜ୍ୟରେ ରୋଗୀଙ୍କର ଗୋଟିଏ ସ୍ତରରେ ହେମୋଗ୍ଲୋବିନ୍‌ରେ ହ୍ରାସ ଘଟିଯାଇଥାଏ । ଏବେ ଏହି ଟିକାକୁ ମଞ୍ଜୁରୀ ମିଳିବା ପରେ ଏହି ରୋଗକୁ କାବୁ କରିବା ଆଶା ବହୁଗୁଣ ବଢ଼ିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking