27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏପ୍ରିଲ ସୁଦ୍ଧା ପ୍ରଥମ ଏସ୍‌-୪୦୦ ୟୁନିଟ୍ ମୁତୟନ

ଏପ୍ରିଲ ସୁଦ୍ଧା ପ୍ରଥମ ଏସ୍‌-୪୦୦ ୟୁନିଟ୍ ମୁତୟନ

ନୂଆଦିଲ୍ଲୀ : ରୁଷରୁ କିଣାଯାଇଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସୀ ସିଷ୍ଟମ ‘ଏସ୍‌-୪୦୦’କୁ ମୁତୟନ କରିବାକୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଆସନ୍ତା ଏପ୍ରିଲ ସୁଦ୍ଧା ଏହି ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ୟୁନିଟ୍‌କୁ ମୁତୟନ କରାଯିବ ବୋଲି ଜଣାପଡିଛି । ଚୀନ୍ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ସିଷ୍ଟମର ସମସ୍ତ ୫ଟି ୟୁନିଟ୍‌କୁ ଚୀନ୍ ସୀମାରେ ମୁତୟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ୪୦ରୁ ୪୦୦ କିମି ରେଞ୍ଜ୍ ମଧ୍ୟରେ ଆସୁଥିବା ଶତ୍ରୁପକ୍ଷର ଯେକୌଣସି ଲଢୁଆ ବିମାନ ଏବଂ କ୍ଷେପଣାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାର କ୍ଷମତା ରଖୁଛି । ଆମେରିକାର କଡା କଟକଣା ସତ୍ତ୍ୱେ ଭାରତ ୫୦୦ କୋଟି ଡଲାର ବିନିମୟରେ ରୁଷ୍ ନିକଟରୁ ଏସ-୪୦୦ର ୫ଟି ୟୁନିଟ୍ କ୍ରୟ କରିବାକୁ ୨୦୧୮ରେ ଚୁକ୍ତି ସ୍ୱାକ୍ଷର କରିଛି । ଇତିମଧ୍ୟରେ ରୁଷ ଏହି ସିଷ୍ଟମ ଭାରତକୁ ହସ୍ତାନ୍ତର କରିବା ଆରମ୍ଭ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking