27.1 C
Bhubaneswar
Monday, August 8, 2022
Homeକରୋନାମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ

ମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟ ମହିଳାଙ୍କର ଜୁଲାଇରେ ମୃତ୍ୟୁ ହୋଇଥିଲା । ଏବେ ତାଙ୍କ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ମହିଳାଙ୍କ ମୃତ୍ୟୁ ଡେଲ୍ଟା ପ୍ଲସ ଭାରିଆଣ୍ଟ ଯୋଗୁଁ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ମହିଳା ଟିକାର ୨ଟି ଡୋଜ୍ ନେଇଥିଲେ ବି ଡେଲ୍ଟା ଭାରିଆଣ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହେଲା । ତେବେ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଡେଲ୍ଟା ଭାରିଆଣ୍ଟ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମୃତ୍ୟୁ ୧୩ ଜୁନରେ ରତ୍ନଗିରିରେ ହୋଇଥିଲା, ଯେଉଁଠାରେ ଜଣେ ୮୦ ବର୍ଷୀୟା ମହିଳାଙ୍କ ନିଧନ ହୋଇଥିଲା । ୧୧ ଅଗଷ୍ଟରେ ମୁମ୍ବାଇରେ ଜଣେ ମହିଳାଙ୍କର ଡେଲ୍ଟା ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ମହିଳାଙ୍କ ସହ ତାଙ୍କ ପରିବାରର ୬ଜଣ ସଦସ୍ୟ ମଧ୍ୟ କୋଭିଡ -୧୯ରେ ସଂକ୍ରମିତ ହୋଇଥିଲେ। ଜେନୋମ ସିକ୍ୱେନ୍ସିଙ୍ଗ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ୬ଜଣଙ୍କ ମଧ୍ୟରୁ ୨ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏବେ ଅନ୍ୟ ୪ଜଣଙ୍କ ରିପୋର୍ଟ ଆସିବା ବାକି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking