37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତିଙ୍କ ବାପା ସମାଜସେବୀ ହରିଶ୍ଚନ୍ଦ୍ର ମହାନ୍ତିଙ୍କ ପରଲୋକ

ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତିଙ୍କ ବାପା ସମାଜସେବୀ ହରିଶ୍ଚନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର ତା ୧୬-୧୨ – ବାଲେଶ୍ୱର ରେମୁଣାର ଜଣାଶୁଣା ସମାଜସେବୀ, ପୂର୍ବତନ ସେନାବାହିନୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ସ୍ୱର୍ଗତଃ ମହାନ୍ତି କର୍କଟ ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତଃ ମହାନ୍ତି ଭାରତୀୟ ସେନା ବାହିନୀରେ ସ୍ୱଳ୍ପ ସମୟ ପାଇଁ ଚାକିରୀ କରିଥିଲେ । ସେନା ବାହିନୀ ଚାକିରୀ ଛାଡିବା ପରେ ରେମୁଣାର ନୂଆପାଢ଼ୀ ଗ୍ରାମପଂଚାୟତର ଏକ ବଡ ଚାଷୀ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ ଏବଂ
ଅଂଚଳର ଗରିବ ଓ ଅବହେଳିତ ଲୋକଙ୍କୁ ସାହାଯ୍ୟ କରିବା ସହିତ ସମାଜସେବା କରି ଆସୁଥିଲେ । ସ୍ୱର୍ଗତଃ ମହାନ୍ତି ଜଣେ ସରଳ, ନିଷ୍ଠାପର, ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ଶୁଣି ରେମୁଣା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇ ଶେଷ ଦର୍ଶନ କରି ସ୍ୱର୍ଗତଃ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ତିନି ପୁଅ, ଝିଅ, ବୋହୂ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ରଜନୀ କୁମାର ମହାନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking