27.1 C
Bhubaneswar
Thursday, April 25, 2024
Homeଅପରାଧ୧୮ ବର୍ଷର ଯୁବତୀକୁ ଦୁଷ୍କର୍ମ କରିବାକୁ ବଙ୍କର ଭିତରକୁ ଆଣିଲା ବାବା,ଆଉ ଏହା ପରେ ହେଲା...

୧୮ ବର୍ଷର ଯୁବତୀକୁ ଦୁଷ୍କର୍ମ କରିବାକୁ ବଙ୍କର ଭିତରକୁ ଆଣିଲା ବାବା,ଆଉ ଏହା ପରେ ହେଲା ଏମିତି…

ଶ୍ରୀଗଙ୍ଗାନଗର: ରାଜସ୍ଥାନର ସୀମାନ୍ତ ଅଞ୍ଚଳ ଶ୍ରୀଗଙ୍ଗାନଗର ଜିଲ୍ଲାରେ ଜଣେ ବାବା ସେନାର ବଙ୍କର ଭିତରେ ଜରେ ଝିଅ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ଗିରଫ ହୋଇଛି। ମାମଲାଟି ଶ୍ରୀଗଙ୍ଗାନଗର ଜିଲ୍ଲ ଅନ୍ତଃର୍ଗତ କେସରିସିଂହପୁର ଥାନା ଅଞ୍ଚଳରେ ଘଟିଛି। ଏବେ ବାବା ଜଣକୁ ଜେଲ ପଠାଇ ଦିଆଯାଇଛି।

କେସରିପୁରରେ ରହୁଥିବା ଏହି ବାବା ଜଣକର ନାଁ ହେଉଛି ରଣଜୀତରାମ(୪୫ ବର୍ଷ)। ସେ ଜଣେ ଯୁବତୀଙ୍କୁ ବଙ୍କର ଭିତରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶନିବାର ଦିନ ଜଣେ ବୟସ୍କ ମହିଳା ୧୮ ବର୍ଷର ଜଣେ ଯୁବତୀକୁ ଝାଡଫୁଙ୍କ କରିବ ପାଇଁ ବାବାଙ୍କ ପାଖକୁ ଆଣିଥିଲେ।

ବାବା ଜଣକ ପୂଜାପାଠ ଏବଂ ଅନୁଷ୍ଠାନ କରିବା ନାମରେ ନଡିଆ, ଚୁନରି ଆଦି ସାମଗ୍ରୀ ମଗାଇଥିଲା। ଏହାପରେ ଯୁବତୀ ଜଣକର ଆଇ ନିଜ ଘରେ ଅପେକ୍ଷା କରିବାକୁ କହି ମୋଟରସାଇକେଲରେ ଯୁବତୀଜଣକୁ ସୀମାବର୍ତ୍ତୀ ଧନଜାତିଆ ଗାଁ ଆଡକୁ ନେଇଯାଇଥିଲା। ଏହାପରେ ବଙ୍କର ପାଖରେ ଗାଡି ରଖି ବଳପୂର୍ବକ ଯୁବତୀ ଜଣକୁ ଏହା ଭିତରକୁ ଟାଣି ନେଇଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଯେତେବେଳେ ପଚାରିଥିଲା ଭଣ୍ଡ ବାବା ଜଣକ କହିଥିଲା ଯୁବତୀ ଜଣକ ତା’ର ଝିଅ। ତେବେ ଯୁବତୀଜଣକ ଯେତେବେଳେ ମନା କରିଥିଲେ ବ୍ୟକ୍ତିଜଣକ ପାଟିକରି ଅନ୍ୟମାନଙ୍କୁ ଡାକିବା ସହ ବାବାକୁ କାବୁ କରିନେଇଥିଲ। ଏହାପରେ ପୋଲିସ ଜିମାରେ ଦେଇଥିଲେ ତାକୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking