40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପ୍ରେମକୁ ଗ୍ରହଣ କଲେନି ପରିବାର, ଝିଅରୁ ପାଲଟିଲେ ପୁଅ

ପ୍ରେମକୁ ଗ୍ରହଣ କଲେନି ପରିବାର, ଝିଅରୁ ପାଲଟିଲେ ପୁଅ

ପ୍ରୟାଗରାଜ: ପ୍ରେମ ଅନ୍ଧ। ପ୍ରେମରେ ପଡ଼ିଥିବା ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଏହାକୁ ବେଶ ଧୈର୍ଯ୍ୟର ସହ ସମ୍ମୁଖୀନ କରନ୍ତି ପ୍ରେମପକ୍ଷୀ। ପ୍ରେମପକ୍ଷୀ କିଛି ବି କରିପାରନ୍ତି। ପ୍ରେମର ଜିଦ ଆଗରେ ସବୁ କିଛି ହାର ମାନେ। ଏହିକ୍ରମରେ ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ନିଜ ପ୍ରେମିକା ସହ ରହିବା ପାଇଁ ନିଜର ଜେଣ୍ଡେର ବା ଲିଙ୍ଗ ବଦଳାଇ ଦେଇଛନ୍ତି। ସମଲିଙ୍ଗୀ ପ୍ରେମକୁ ପରିବାର ଲୋକ ଗ୍ରହଣ କଲେନି ବୋଲି ଯୁବତୀ ଜଣଙ୍କ ଏପରି କାମ କରିଛନ୍ତି। ସେ ନିଜ ପ୍ରେମିକା ସହ ରହିବାକୁ ଅସ୍ତ୍ରୋପଚାର କରି ଝିଅରୁ ପୁଅ ହୋଇ ଯାଇଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏମିତି ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଫାଫାମାଉରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବତୀ ତାଙ୍କ ସହ ପଢ଼ୁଥିବା ଆଉ ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ପରସ୍ପରକୁ ପ୍ରେମ କରିବା ସହ ବାହା ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଏହି ସମଲିଙ୍ଗୀ ପ୍ରେମକୁ ବିରୋଧ କରିବା ଆରମ୍ଭ କରିଥିଲେ ପରିବାର ଲୋକ। ଉଭୟ ନିଜ ନିଜର ପରିବାର ଲୋକଙ୍କୁ ବହୁତିବୁଝାଇଥିଲେ। ହେଲେ ପରିବାର ଲୋକ କିଛି ବି ବୁଝି ନଥିଲେ। ଶେଷରେ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଅସ୍ତ୍ରୋପଚାର ଦ୍ୱାରା ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଯୁବତୀ ଜଣଙ୍କ ସ୍ୱରୂପ ରାଣୀ ନେହରୁ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ମୋହିତ ଜୈନଙ୍କ ପାଖକୁ ଯାଇ ଲିଙ୍ଗ ପରିବର୍ତ୍ତନ କରିବାକୁ କହିଥିଲେ।

ଏକଥା ଶୁଣି ଡାକ୍ତର ଜୈନ ପ୍ରଥମେ ତାଙ୍କୁ କାଉନସିଲିଂ ପାଇଁ ପଠାଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

ପ୍ରୟାଗରାଜର ସ୍ୱରୂପ ରାଣୀ ନେହରୁ ହସ୍ପିଟାଲର ଗୋଟିଏ ଡାକ୍ତରୀ ଟିମ୍‌ ଏହି ଲିଙ୍ଗ ପରିବର୍ତ୍ତନର ଅପରେସନ କରିଛନ୍ତି। ପ୍ରାଥମିକ ଅବସ୍ଥାରେ ତାଙ୍କ ଶରୀରର ଉପର ଅଶଂକୁ ଅସ୍ତ୍ରୋପଚାର କରାଯାଇଛି। ହସ୍ପିଟାଲର ମହିଳା ଓ ପ୍ରସୂତି ବିଭାଗରେ କରାଯାଇଥିବା ଅସ୍ତ୍ରୋପଚାର ବେଳେ ତାଙ୍କ ଗର୍ଭାଶୟକୁ ମଧ୍ୟ କାଢ଼ି ଦିଆଯାଇଛି।

ଡାକ୍ତରମାନେ କହିଛନ୍ତି ଯେ କିଛି ମାସ ପରେ ତାଙ୍କର ଚୂଡ଼ାନ୍ତ ଅସ୍ତ୍ରୋପଚାର କରାଯିବ। ଏହି ସମୟରେ ଯୁବତୀଙ୍କ ସେକ୍ସୁଆଲ ଅଂଶ ମଧ୍ୟ ବଦଳାଇ ଦିଆଯିବ। ଏବେ ଶରୀର ଉପର ଅଂଶ ଅସ୍ତ୍ରୋପଚାର ପରେ ଯୁବତୀଙ୍କୁ testosterone therapy ଦିଆଯାଉଛି। ଏହା ଛାତିରେ ଚୁଟି ଉଠିବାରେ ସହଯୋଗ କରିବ। ପ୍ରାୟ ଦେଢ଼ ବର୍ଷ ପରେ ଯୁବତୀ ଜଣଙ୍କ ଝିଅରୁ ସଂପୂର୍ଣ୍ଣ ଭାବେ ପୁଅ ହୋଇଯିବେ ବୋଲି ହସ୍ପିଟାଲର ଡାକ୍ତରମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking