34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିସ୍ଫୋରଣ ଉଦ୍ୟମ ବିଫଳ : ରାଜସ୍ଥାନରେ ୩ ଆତଙ୍କବାଦୀଙ୍କ ଠାରୁ ମିଳିଲା ୧୨ କିଲୋ ଆରଡିଏକ୍ସ

ବିସ୍ଫୋରଣ ଉଦ୍ୟମ ବିଫଳ : ରାଜସ୍ଥାନରେ ୩ ଆତଙ୍କବାଦୀଙ୍କ ଠାରୁ ମିଳିଲା ୧୨ କିଲୋ ଆରଡିଏକ୍ସ

ଜୟପୁର: ରାଜସ୍ଥାନ ପୋଲିସ ଚିତ୍ତୋରଗଡର ନିମ୍ବାହଡାରେ ମଧ୍ୟପ୍ରଦେଶର ସୁଫା ସଂଗଠନର ୩ କଠୋରପନ୍ଥୀଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ବୋମା ତିଆରି କରିବାର ସାମଗ୍ରୀ, ଟାଇମର୍ ଓ ୧୨ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି ।ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ନିମ୍ବାହଡାରେ ବୋମା ତିଆରି କରି ଅନ୍ୟ ଗ୍ୟାଙ୍ଗକୁ ଦେବାକୁ ଯାଉଥିଲେ । ଏହି ଗ୍ୟାଙ୍ଗ ଜୟପୁରର ତିନିଟି ସ୍ଥାନରେ ସିରିଏଲ୍ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ହିଁ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଦେଶଦ୍ରୋହ ମାମଲାରେ କୁଖ୍ୟାତ ସୁଫା ସଂଗଠନ ୨୦୧୨-୧୩ରେ ମଧ୍ୟପ୍ରଦେଶର ରତଲାମରେ ସକ୍ରିୟ ହୋଇଥିଲା । କିଛି ବର୍ଷ ଶାନ୍ତ ରହିବା ପରେ ଏହି ଆକଙ୍କବାଦୀ ସଂଗଠନ ପୁନର୍ବାର ଆତଙ୍କ ଘଟାଇବାର ଯୋଜନା କରୁଛି । ଆକଙ୍କବାଦୀମାନଙ୍କୁ ପଚରାଉଚୁରା କରିବା ପାଇଁ ଉଦୟପୁର ଓ ଜୟପୁର ଏଟିଏସର ଟିମ୍ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ନିମ୍ବାହଡା ପହଞ୍ଚିଥିଲା । ମଧ୍ୟପ୍ରଦେଶର ଏଟିଏସ୍ ମଧ୍ୟ ପଚରାଉଚୁରା ପାଇଁ ପହଞ୍ଚିବ ।

ଉଦୟପୁରର ଆଇଜି ହିଙ୍ଗଲରାଜ ଦାନ କହିଛନ୍ତି, ଅଭିଯୁକ୍ତମାନଙ୍କ ନାମ ଜୁବେ,ର୍ ଅଲ୍‌ତମସ୍‌, ସୈଫୁଲ୍ଲା । ଏମାନେ ରତଲାମରୁ ଯାଇ ନିମ୍ବାହଡା ପାଖରେ ରାନିଖେଡାରେ ରହୁଥିଲେ । ରାଜସ୍ଥାନରେ ଧରା ପଡିଥିବା ଆତଙ୍କବାଦୀଙ୍କ ସୂଚନା ଅନୁସାରେ ରତଲାମରୁ ବି ୨ ଜଣଙ୍କୁ ଗିରଫ କରାଯାଇଛି। ସୁଫା କଠୋରପନ୍ଥୀ ଚିନ୍ତାଧାରାର ୪୦-୫୦ ଜଣ ଯୁବକଙ୍କ ଏକ ମୁସଲିମ ସଙ୍ଗଠନ । ଏହା ଆତଙ୍କବାଦୀଙ୍କ ସ୍ଲିପର୍ ସେଲ୍ ଭଳି କାମ କରିଥାଏ । ଏହି ସଙ୍ଗଠନ ସମାଜରେ କଠୋରପନ୍ଥୀ ବିଚାରଧାରା ଓ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଥାଏ । ସୁଫା ସଙ୍ଗଠନ ମୁସଲିମ ସମାଜର ବିବାହ ଓ ଅନ୍ୟ କାର୍ଯ୍ୟକ୍ରମକୁ ହିନ୍ଦୁ ରୀତିନୀତି ଦର୍ଶାଇ ବିରୋଧ କରିଥିଲା । ଆରଡିଏକ୍ସ ଏକ ଅତ୍ୟନ୍ତ ମାରାତ୍ମକ ବିସ୍ଫୋରକ । ୨୦୧୯ ପୁଲୱାମା ବିସ୍ଫୋରଣରେ ୬୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking