34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଅଧାରେ ଅଟକିଲା EOS-03 ମିଶନ, ବିଫଳ ହେଲା ଜିସାଟ୍-୧

ଅଧାରେ ଅଟକିଲା EOS-03 ମିଶନ, ବିଫଳ ହେଲା ଜିସାଟ୍-୧

ନୂଆଦିଲ୍ଲୀ: ଇସ୍ରୋର ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘EOS-03’ ଉତକ୍ଷେପଣ ମିଶନ ବିଫଳ ହୋଇଛି । ଉତକ୍ଷେପଣର ୧୮ ମିନିଟ୍ ୩୬ ସେକେଣ୍ଡ ପରେ ଜିସାଟ୍ -୧ରେ କ୍ରାୟୋଜେନିକ୍ ଇଞ୍ଜିନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗଁ ଏହି ମିଶନ ବିଫଳ ହୋଇଥିବା ଇସ୍ରୋ ମୁଖ୍ୟ କେ ଶିବ ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ଆଜି ସକାଳ ୫.୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତି ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲବି ଏଫ-୧୦ ( ମାର୍କ-୨) ଦ୍ୱାରା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଦ୍ୱିତ୍ରୀ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଭାବିକ ଥିଲା । ଉତକ୍ଷେପଣର ୧୮ ମିନିଟ୍ ୩୬ ସେକେଣ୍ଡ ପର୍ଯ୍ୟନ୍ତ ସବୁକିଛ ସ୍ୱାଭାବିକ ଥିଲା କିନ୍ତୁ ତୃତୀୟ ପର୍ଯ୍ୟାୟ ପୃଥକ ସମୟରେ କ୍ରୟୋଜେନିକ ଇଞ୍ଜିନର ଉପରି ଭାଗରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହି କାରଣରୁ ଇସ୍ରୋକୁ ତଥ୍ୟ ମିଳିବା ବନ୍ଦ ହୋଇଯାଇଥିଲା । ଲାଇଫ ପ୍ରସାରଣ ଦେଖିବାରେ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପରେ  EOS-03 ମିଶନ ଆଂଶିକ ଭାବେ ବିଫଳ ହୋଇଛି  ବୋଲି ଘୋଷଣା କରାଗଲା ।

EOS-03 ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏକ କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚି ଥାନ୍ତା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଫେଲ୍ ମାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking