34.1 C
Bhubaneswar
Thursday, April 25, 2024
Homeଓଡିଶାମୟୁରଭଞ୍ଜପୁଣି ଜୀବନ ନେଲା ଦନ୍ତାହାତୀ

ପୁଣି ଜୀବନ ନେଲା ଦନ୍ତାହାତୀ

ମୟୂରଭଞ୍ଜ: ପୁଣି ଦନ୍ତା ନେଲା ଜୀବନ। ହାତୀର ଉପସ୍ଥିତି ଜିଲ୍ଲାରେ ଛେଳି,ଗୋରୁ ଭଳି ପରିସ୍ଥିତି ସୃଷ୍ଟି କରିଛି।ହାତୀପଲ ଗ୍ରାମ ନିକଟ ବଣ ଜଙ୍ଗଲରେ ବିଶ୍ରାମ କରିବା ସହିତ ଖାଦ୍ୟ ସଂଗ୍ରହ ପାଇଁ ଗାଁ ଭିତରକୁ ଆସି ଘରେ ପଶି ଯାଉଥିବା ଦେଖିବାକୁ ମିଳୁଛି। ଯୋଉଥିପାଇଁ ହାତୀ ଆକ୍ରମଣ ଭଳି ଘଟଣା ବଢ଼ିବାରେ ଲାଗିଛି। ହେଲେ ହାତୀ ବଞ୍ଚିବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ବିଫଳ ସରକାର। ଅନ୍ୟପଟେ ହାତୀ ଆକ୍ରମଣରେ ମୃତ୍ୟୁ କ୍ଷେତ୍ରରେ ଗୋଟେ ଜୀବନର ମୂଲ୍ୟ ମାତ୍ର ୪ଲକ୍ଷ ଟଙ୍କା ଧାର୍ଯ୍ୟ କରିବା ଏକ ଲଜ୍ୟାଜନକ ପଦକ୍ଷେପ। ଏହା ଉପରେ ସରକାର ଚିନ୍ତା କରିବା ସହ କ୍ଷତିପୂରଣର ପରିମାଣ ବୃଦ୍ଧି କରିବା ଉଚିତ। ତେବେ ମୟୂରଭଞ୍ଜଜିଲ୍ଲା ଶୁଳିଅପଦା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ବ୍ଲକରେ ଥମୁନାହିଁ ହାତୀ ଉପଦ୍ରବ। ଦୀର୍ଘ କିଛିମାସ ହେଲାଣି ଚିନ୍ତା ବଢେଇ ଦେଇଛନ୍ତି ହାତୀପଲ। କେତେ ବେଳେ ଫସଲ ନଷ୍ଟ କରୁଛନ୍ତି ତ, ଆଉ କେତେବେଳେ ଘର ଭାଙ୍ଗୁଛନ୍ତି ହାତୀପଲ ପୁଣି କେତେବେଳେ ନେଉଛନ୍ତି ଜୀବନ। ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶୁଳିଅପଦା ବନ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ଶୁଳିଆପଦା ବ୍ଲକ ଅନ୍ତର୍ଗତ କାଠଶିରିଶି ଗ୍ରାମରେ ଗତକାଲି ରାତି ପ୍ରାୟ ୨ଟା ସମୟରେ ଝାଡଖଣ୍ଡି ହାତୀପଲ ଗ୍ରାମ ମଧ୍ୟକୁ ଖାଦ୍ୟ ଅନ୍ବେଷଣରେ ଆସି ବିପୁଳ କ୍ଷୟକ୍ଷତି କରିଛନ୍ତି। ହାତୀପଲରେ ୬୦ ରୁ ୭୦ ହାତୀ ଥିବା ବେଳେ ୫, ୬ଟି ହାତୀ ପଲରୁ ବିଛିନ୍ନ ହୋଇ ଗ୍ରାମ ଭିତରକୁ ପଶି ଧାନ ଥିବା ଏକ ଚାଳ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଗୃହ ମଧ୍ୟରେ ଶୋଇଥିବା ଛାତୁ ଟୁଡୁ ନିଘଡ଼ ନିଦ୍ରାରେ ଶୋଇଥିବା ବେଳେ ଝାଡଖଣ୍ଡି ହାତୀପଲ ଘରଟିକୁ ଭାଙ୍ଗିବା ବେଳେ ଘର ର ମାଟି କାଠ ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ତାଙ୍କ ସ୍ତ୍ରୀ ଓ ଛୁଆ ଅନ୍ୟ ଏକ ଘରେ ଶୋଇଥିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଗ୍ରାମରେ ପଶି ବହୁ ଘର ଭାଙ୍ଗି ବ୍ୟାପକ ସମ୍ପତି ନଷ୍ଟ କରିଥିବାର ସୂଚନା ରହିଛି। ତେବେ ମୃତ ଚାମୁଟୁ ଟୁଡୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପରେ ବନବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲ କୁ ଆଣାଯାଇଛି। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking