30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପଡିଆକୁ ପଶି ଫୁଟବଲ ଖେଳିଲା ହାତୀ

ପଡିଆକୁ ପଶି ଫୁଟବଲ ଖେଳିଲା ହାତୀ

ଗୁହାହାଟୀ: ଆସାମର ଗୁଆହାଟୀ ସହରରେ ଥିବା ଏକ ସେନା ଶିବିରରେ ଥିବା ପଡିଆରେ ରବିବାର କିଛି ଲୋକ ଫୁଟବଲ ଖେଳୁଥିଲେ। ଏହି ସମୟରେ ଏକ ବଣୁଆ ହାତୀ ହଠାତ୍ ପଡିଆ ମଧ୍ୟକୁ ପଶିଆସିବାରୁ ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖେଳାଳିମାନେ ଫୁଟବଲ ନେଇ ହାତୀଠାରୁ ନିରାପଦ ଦୂରତାକୁ ପଳାଇଥିଲେ । ଏହି ସମୟରେ ଜଣେ ଖେଳାଳି କୌତୁହଳବଶତଃ ହାତୀ ନିକଟକୁ ଫୁଟବଲ ଫିଙ୍ଗିଥିଲେ । ହାତୀଟି ଆଗଗୋଡରେ ଫୁଟବଲକୁ ଗୋଇଠା ମାରିଥିଲା । କିଛି ସମୟରେ ପଡିଆରେ ବିଚରଣ କରିବାପରେ ହାତୀଟି ଶୁଣ୍ଡ ଉପରକୁ କରି ଚାଲିଯାଇଥିଲା । ସତେ ଯେପରି ସେ ଉପସ୍ଥିତ ଲୋକଙ୍କୁ ବିଦାୟକାଳୀନ ଅଭିବାଦନ ଜଣାଉଥିଲା । ହାତୀଟି ନିକଟସ୍ଥ ଆମଚାଙ୍ଗ୍ ଅଭୟାରଣ୍ୟରୁ ସହରକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking