27.8 C
Bhubaneswar
Friday, April 19, 2024
Homeଓଡିଶାନବନିଯୁକ୍ତ ପର୍ଯ୍ୟବେକ୍ଷଙ୍କୁ ନିର୍ବାଚନ ଆୟୋଗଙ୍କ ଗୁରୁମନ୍ତ୍ର

ନବନିଯୁକ୍ତ ପର୍ଯ୍ୟବେକ୍ଷଙ୍କୁ ନିର୍ବାଚନ ଆୟୋଗଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର:  ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୩୮ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୩୪ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଏମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ କୋଭିଡ୍ ପରିସ୍ଥିତିରେ ଏକ ସୁରକ୍ଷିତ, ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଅ । ନିର୍ବାଚନ ସମୟରେ ନିର୍ବାଚନ କମିଶନରଙ୍କ ଆଖି ଓ କାନ ଭାବେ କାର୍ଯ୍ୟ କର ଏବଂ ନିୟମିତ ଅନ୍ତରରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ ପ୍ରଦାନ କର ।
ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ଅବସରରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ କହିଛନ୍ତି ଯେ ଚଳିତ ନିର୍ବାଚନରେ ଯେକୌଣସି ପ୍ରକାର ରାଲିକୁ ନିଷେଧ କରାଯାଇଥିଛି ।

ଏଥିପ୍ରତି ପର୍ଯ୍ୟବେକ୍ଷକମାନେ ସଜାଗ ରହିବେ । ନିର୍ବାଚନ ପର୍ଯ୍ୟବେକ୍ଷକମାନେ ନିର୍ବାଚନ କମିଶନର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବେ । ଜିଲ୍ଲାରେ ନିର୍ବାଚନ ଆଚରଣବିଧିର ସଠିକ ପାଳନ ହେଉଛି କି ନାହିଁ ସେ ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ଦେବେ । ଅନ୍ୟପକ୍ଷରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକାକୁ ଯାଞ୍ଚ କରିବା ପାଇଁ ହେବ ।

ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ ସେସମ୍ପର୍କରେ ତୁରନ୍ତ କମିଶନରଙ୍କ ନଜରକୁ ଆଣିବେ । ପର୍ଯ୍ୟବେକ୍ଷକମାନେ କମିଶନରଙ୍କ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ କିମ୍ବା ଅନ୍ୟ କୌଣସି ସରକାରୀ କାମରେ ବିଦେଶ ଗସ୍ତ କରିପାରିବେ ନାହିଁ । ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିୟମିତ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଯୋଗସୂତ୍ରରେ ରହି କମିଶନରଙ୍କ ପ୍ରତିନିଧି ଭାବେ କାର୍ଯ୍ୟକରିବେ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking