ଜମ୍ମୁକଶ୍ମୀର: ଭୂମିକମ୍ପରେ ଥରିଲା ଡୋଡୋ। ଡ଼ରରେ ଘରୁ ବାହାରି ଆସିଲେ ଲୋକେ। ଶନିବାର ଦିନ ସକାଳେ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ। ଶନିବାର ସକାଳେ ଜମ୍ମୁ ଓ କାଶ୍ମୀରର ଡୋଡାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୪.୧। ସୂଚନା ଅନୁଯାୟୀ, ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। ଭୂକମ୍ପର କେନ୍ଦ୍ରଭୂମି ଭୂମିରୁ ୫ କିଲୋମିଟର ତଳେ ରହିଛି। ଏହି ଭୂମିକମ୍ପର ଭୌଗୋଳିକ କେନ୍ଦ୍ର ୩୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୧୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା। ଜମ୍ମୁ କାଶ୍ମୀର ସହିତ ହିମାଚଳ ପ୍ରଦେଶର ଧର୍ମଶାଳା ସହରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଧର୍ମଶାଳା ସହର ହିମାଚଳ ପ୍ରଦେଶର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର।










