30.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ୱିନ ସିଟିରେ ସଟଡାଉନ ଯାଞ୍ଚ ହେବ କଡାକଡି

ଟ୍ୱିନ ସିଟିରେ ସଟଡାଉନ ଯାଞ୍ଚ ହେବ କଡାକଡି

ଭୁବନେଶ୍ୱର : ଆସନ୍ତା କାଲିଠାରୁ ସପ୍ତାହନ୍ତ ସଟଡାଉନ ହେଉଥିବାରୁ କଟକ ଭୁବନେଶ୍ୱର ରେ ଯାଞ୍ଚ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ, ଟ୍ୱିନ ସିଟିରେ ପାଟ୍ରୋଲିଂ କଡାକଡି କରାଯିବ । ପ୍ରତ୍ୟେକ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି ଏବଂ ଚେକିଂ ମଧ୍ୟ କଡାକଡି କରାଯାଉଛି ।

ଯେଉଁମାନେ ଜରୁରୀକାଳୀନ ସେବାରେ ରହିବେ ସେମାନଙ୍କୁ ହିଁ କେବଳ ରିର୍ପୋଟ ଦେଖିବା ପରେ ଛଡାଯିବ । ସେ ଲୋକଙ୍କୁ ଘରୁ ନବାହାରିବାକୁ ନିବେଦନ କରିଛନ୍ତି । ଏହାସହ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି । ସକାଳ ୧ ଘଣ୍ଟା କୋହଳ ସମୟକୁ ଛାଡି ବାକି ସମୟ ସମ୍ପୁର୍ଣ୍ଣ ସଟଡାଉନ ରହିବ ।

ଏହାସହ ସଟଡାଉନରେ ଟ୍ୱିନସିଟିରେ ୬୮ଟି ପଏଣ୍ଟରେ ଚେକିଂ କରାଯିବ । କଟକରେ ୨୫ ଟି ଯାଗାରେ ଓ ଭୁବନେଶ୍ୱରରେ ୪୩ଟି ଜାଗାରେ ଚେକିଂ କରାଯିବ । କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ଦାୟିତ୍ୱରେ ରହିବେ । ନାକା ପ,ଣ୍ଟରେ ଲୋକ ମାନଙ୍କୁ ଚେକିଂ କରିବେ ପୋଲିସ କର୍ମଚାରୀ । ଏହାସହ ଅତ୍ୟାବଶକ ସେବା କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସର ଆବଶ୍ୟକତା ନାହିଁ । ନିଜ ସଂସ୍ଥାଦ୍ୱାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ ।

ଏହାସହ ସଟଡାଉନରେ ଷ୍ଟେସନରୁ ଚାଳିବ ‘ମୋ ବସ’ । ସପ୍ତାହନ୍ତ ସଟଡାଉନରେ ନିୟମିତ ‘ମୋ ବସ’ ସେବା ବନ୍ଦ ରହିବ । କେବଳ ରେଲଖୱ ଷ୍ଟେସନରୁ ଯାତ୍ରୀଙ୍କୁ ନେବା ପାଇଁ ଚାଲିବ ‘ମୋ ବସ’ । ରାଜଧାନୀ ରେଲୱେ ଷ୍ଟସନରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଯିବ ‘ମୋ ବସ’ ଓ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ ଯାଏଁ ସେବା ମିଳିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ତରଫରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking