27.1 C
Bhubaneswar
Thursday, February 29, 2024
Homeଦେଶ ବିଦେଶସ୍ତ୍ରୀ ଓ ପୁଅଝିଅଙ୍କୁ ହତ୍ୟା କରି ଫାଶୀ ଲଗାଇ ଜୀବନ ହାରିଲେ ଡାକ୍ତର

ସ୍ତ୍ରୀ ଓ ପୁଅଝିଅଙ୍କୁ ହତ୍ୟା କରି ଫାଶୀ ଲଗାଇ ଜୀବନ ହାରିଲେ ଡାକ୍ତର

ରାଏବରେଲି : ଉତ୍ତର ପ୍ରଦେଶର ରାଏବରେଲି ଜିଲ୍ଲାରେ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ଜଣେ ଡାକ୍ତର ଆତ୍ମହତ୍ୟା କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।ପୁଲିସ କହିଛି, ଏଭଳି କାର୍ଯ୍ୟ କରିଥିବା ଡାକ୍ତର ହେଉଛନ୍ତି, ରାଏବରେଲୀର ଲାଲ୍‌ଗଞ୍ଜରେ ଅବସ୍ଥିତ ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜ୍‌ନାଲ୍‌ ମେଡିକାଲ୍‌ ଅଫିସର୍‌ ଡାକ୍ତର ଅରୁଣ ସିଂହ। ଗତ ରବିବାରଠାରୁ ଡାକ୍ତରଙ୍କ ପରିବାରର କ‌ୌଣସି ସଦସ୍ୟ କାହା ସହିତ ଯୋଗାଯୋଗ କରି ନ ଥିଲେ। ଶବଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।ରାଏବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ପ୍ରାପ୍ତ ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଡାକ୍ତରଜଣକ ଥିଲେ ଚକ୍ଷୁବିଶେଷଜ୍ଞ। ସେ ଅବସାଦଗ୍ରସ୍ତ ଥିଲେ। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ ଅନେକ ଇଞ୍ଜେକ୍‌ସନ୍‌ ବ୍ୟବହୃତ ହୋଇଥିଲା। ଯାହା ଜଣାପଡୁଛି, ପ୍ରଥମେ ସେ ଔଷଧ ଦେଇ ପିଲାଙ୍କୁ ଅଚେତ କରାଇବା ପରେ ସେମାନଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ପରେ ସେ ନିଜେ ଫାଶୀ ଲଗାଇ ଜୀବନ ହରାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ। ମୃତ ଡାକ୍ତର, ତାଙ୍କ ପତ୍ନୀ ଓ ପୁଅଝିଅଙ୍କ ଶବ ଉଦ୍ଧାର କରାଯାଇଛି। ଝିଅର ବୟସ ୧୪ ଏବଂ ପୁଅର ବୟସ ୫ ବର୍ଷ ପରି ଜଣାପଡୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking