39.1 C
Bhubaneswar
Tuesday, April 23, 2024
Homeଓଡିଶାମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପୋଷ୍ଟ, ଲେଖିଲେ”ମୋ ଫୋନ୍ ଦୁଇଟାରେ ସବୁ...

ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପୋଷ୍ଟ, ଲେଖିଲେ”ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି”

ଭୁବନେଶ୍ୱର:ଜୀବନ ହାରିଲେ ଜିଲ୍ଲା ପରିଷଦ ସଭ୍ୟ । ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀବିହାର ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।

କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ଧର୍ମେନ୍ଦ୍ର ? ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ୧୫ ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମେଡିକାଲରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ।

ତେବେ ମୃତ୍ୟୁ ପୂର୍ବରୁ ସୋସିଆଲ୍‌ ମିଡିଆରେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଫେସବୁକରେ ଲେଖିଛନ୍ତି ମୋ ଫୋନ ଦୁଇଟାରେ ଭିଡିଓ ରହିଛି । ତାକୁ ଲୋକଲୋଚନକୁ ଆଣିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking